କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମହିଳା ମାଓବାଦୀ ନିହତ

Published By : Prameya-News7 Bureau | June 20, 2025 IST

NEWS UPDATE

ମାଲକାନଗିରି ୨୦।୬: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ମହିଳା ମାଓବାଦୀ ନିହତ ।ଅମାଟୋଲା ଓ କଲପାର ଗାଁ ମଧ୍ୟରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଛୋଟ ବେଥିୟା କୋଟ୍ରି ଥାନାର ଡିଆରଜି ଓ ବିଏସଏଫ ଜବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଜବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ୟୁନିଫର୍ମ ପିନ୍ଧା ମହିଳା ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

You Can Read:

ଗାଲୁଡ଼ିହି ବ୍ୟାରେଜରୁ ଛଡାଗଲା ଜଳ, ରାଜଘାଟ ଠାରେ ବଢ଼ିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର

 

  • odisha
  • OdishaNews
  • Chhattisgarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.