କଇଁଫୁଲ ଗାଁରେ ଅଘଟଣ, ବୋରଓ୍ୱେଲ୍‌ରେ ଖସିପଡିଲେ ବୃଦ୍ଧା

Published By : Prameya-News7 Bureau | November 14, 2023 IST

ସୋନପୁର ୧୪। ୧୧ : ଡିପ୍ ବୋରୱେଲରେ ଖସି ପଡିଲେ ବୃଦ୍ଧା । ସୋନପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

wp:embed {"url":"https://www.prameyanews7.com/lover-killed-by-man-in-boipariguda-of-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lover-killed-by-man-in-boipariguda-of-koraput/
/wp:embed

ଖବର ଅନୁଯାୟୀ, କଇଁଫୁଲ ଗାଁରେ ବୃଦ୍ଧା ଜଣଙ୍କ ଅସାବଧାନତା କାରଣରୁ ବୋରଓ୍ୱେଲ୍‌ରେ ଖସିପଡିଥିବା ଜଣାପଡିଛି । ସେ ଏବେ ୨୦ ଫୁଟ ତଳେ ଥିବା ଅନୁମାନ କରାଯାଉଛି । ତେବେ ବୋରଓ୍ୱେଲରେ ପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଏହାପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

wp:embed {"url":"https://www.prameyanews7.com/wasim-akram-said-why-rohit-better-than-root-virat-and-williamson/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wasim-akram-said-why-rohit-better-than-root-virat-and-williamson/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.