ସେନା ହଟାଇବାକୁ ଭାରତକୁ ପୁଣିଥରେ ଅନୁରୋଧ କଲେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ନିଜ ଦେଶରୁ ଭାରତୀୟ ସେନା ହଟାଇବାକୁ ପୁଣିଥରେ ଭାରତକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ସରକାର। ଏନେଇ ମାଳଦ୍ୱୀପ ସରକାରଙ୍କ ପକ୍ଷରୁ ନଭେମ୍ବର ୧୮ ତାରିଖରେ ଔପଚାରିକ ଭାବେ ଏକ ଅନୁରୋଧ ପତ୍ର ଜାରି କରାଯାଇଛି।

ଏଥିରେ କୁହାଯାଇଛି “ମାଳଦ୍ୱୀପ ସରକାର ଔପଚାରିକ ଭାବେ ଭାରତୀୟ ସରକାରଙ୍କୁ ସେନା ହଟାଇବାକୁ ଅନୁରୋଧ କରାଯାଇଛି।” ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପକ୍ଷରୁ ଏହି ଅନୁରୋଧ କରାଯାଇଛି। ଆଜି ମାଲିରେ ଭାରତୀୟ କେନ୍ଦ୍ରମନ୍ତ୍ରୀ କିରଣ ରିଜିଙ୍କୁ ଭେଟି ମୁଇଜୁ ଅନୁରୋଧ କରିଥିବା ଅନୁରୋଧ ପତ୍ରରେ ସୂଚନା ଦିଆଯାଇଛି।

ସେପ୍ଟେମ୍ବରରେ ହୋଇଥିବା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ଦ୍ୱୀପ ଦେଶରୁ ଭାରତର ସାମରିକ ଉପସ୍ଥିତି ହଟାଇବା ମୁଇଜୁଙ୍କ ପାଇଁ ପ୍ରମୁଖ ପ୍ରସଙ୍ଗ ଥିଲା। ଏହି ସ୍ଲୋଗାନ ଦେଇ ମୁଇଜୁ କ୍ଷମତା ଦଖଲ କରିଥିଲେ। ସେବେଠାରୁ ସେ ସରକାର ଏହି ଉଦ୍ୟମରେ ରହିଛନ୍ତି।

{"width":838,"height":471}
Kiren Rijiju Maldives President asks withdraw Indian troops

ଏଇଠି କହି ରଖୁଛୁ ଯେ ମାଲଦ୍ୱୀପ ପ୍ରତିରକ୍ଷା ବାହିନୀ ୨୦୨୧ ମସିହାରେ କହିଥିଲା ଯେ ଭାରତ ୨୦୨୦ରେ ମାଳଦ୍ୱୀପକୁ ସହାୟତା ଭାବରେ ଏକ ବିମାନ ପ୍ରଦାନ କରିଥିଲା। ଏହି ବିମାନର ରକ୍ଷଣାବେକ୍ଷଣ ତଥା ପରିଚାଳନା ପାଇଁ ମାଳଦ୍ୱୀପରେ ପ୍ରାୟ ୭୫ ଭାରତୀୟ ସୈନିକ ରହିଥିଲେ।

ଏହାପରେ ମୁଇଜୁ ମାଳଦ୍ୱୀପରେ ଭାରତକୁ ବାହାର କର ଅଭିଯାନ ଚଳାଇଥିଲେ। ଅନ୍ୟପଟେ ମୁଇଜୁ ଚୀନ ସମର୍ଥକ ବୋଲି କୁହାଯାଉଛି। ଭାରତ ନିଜ ଦେଶରୁ ହଟାଇ ଚୀନର ସରଣ ନେଇ ଅର୍ଥନୀତିକୁ ବଳ ଦେବାର ଲକ୍ଷ୍ୟରେ ରହିଛି ମାଳଦ୍ୱୀପ। ଅନ୍ୟପଟେ ଚୀନ ମଧ୍ୟ ସାମୁଦ୍ରିକ ସୀମା ନିଜର ଆଧିପତ୍ୟ ବିସ୍ତାର କରିବାକୁ ମାଳଦ୍ୱୀପକୁ ପ୍ରମୁଖ ଅସ୍ତ୍ର କରିଛି। ତେବେ ଏହା ପୂର୍ବରୁ ଭାରତୀୟ ସେନା ହଟାଇବା ନେଇ ମୁଇଜୁଙ୍କୁ ପ୍ରଶ୍ନ କରିବାରୁ ସେ ଉଭୟ ଭାରତ ଓ ଚୀନ ସହ ସମ୍ପର୍କ ରଖିବାକୁ କହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.