୪୦୦ରୁ ଅଧିକ କର୍ମଚାରୀଙ୍କ ଛଟେଇ କଲା Wipro

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଳୀ, ୨୨/୦୧: କର୍ପୋରେଟ୍‌ ସେକ୍ଟରରେ ଜାରି ରହିଛି ଛଟେଇ। ଅନେକ ଟେକ୍ କମ୍ପାନିମାନେ ସେମାନଙ୍କର କର୍ମଚାରୀଙ୍କ ଛଟେଇ କରିଛନ୍ତି। Google, Microsoft ଭଳି ଟେକ୍ କମ୍ପାନୀ ବଡ଼ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଗୁଗଲ ସିଇଓ ସୁନ୍ଦର ପିଚାଇ ୧୨ ହଜାର କର୍ମଚାରୀଙ୍କର ଛଟେଇ କରିଛି। ସେହିପରି ମାଇକ୍ରୋସଫ୍ଟ ସିଇଓ ସତ୍ୟା ନାଡେଲା ୧୦ ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି। ଏହାରି ମଧ୍ୟରେ ଏବେ ଭାରତର ଦିଗ୍‌ଗଜ ଟେକ୍ କମ୍ପାନି Wipro ଛଟେଇ ନେଇ ଘୋଷଣା କରିଛି।

ରିପୋର୍ଟ ଅନୁଯାୟୀ, ଖରାପ ପ୍ରଦର୍ଶନ ପାଇଁ ଓ୍ବିପ୍ରୋ ଶତାଧିକ ସଦ୍ୟ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରିଛି। କୁହାଯାଇଛି କମ୍ପାନି କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ଏକ ଅନ୍ତରୀଣ ପରୀକ୍ଷା କରିଥିଲା। ଏଥିରେ କମ୍ ସ୍କୋର୍‌ କରିଥିବା କର୍ମଚାରୀଙ୍କୁ କମ୍ପାନି ଛାଡ଼ିବାକୁ କୁହାଯାଇଥିଲା। ରିପୋର୍ଟ ଅନୁଯାୟୀ, କମ୍ପାନୀ ୮୦୦ କର୍ମଚାରୀଙ୍କ ଛଟେଇ କରିପାରେ। କିନ୍ତୁ ଓ୍ବିପ୍ରୋ ଏହାଠାରୁ କମ୍ ଛଟେଇ ହେବା ନେଇ କହିଛି। କମ୍ପାନୀ ଏହାର ବିବୃତ୍ତିରେ କହିଛି ଯେ ଟ୍ରେନିଂ ସତ୍ତେ୍ବ ଖରାପ ପ୍ରଦର୍ଶନ ଯୋଗୁଁ ଏହାର ୪୫୨ କର୍ମଚାରୀଙ୍କୁ ଛଟେଇ କରିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦୁଇ ବଡ଼ ଟେକ୍ କମ୍ପାନି ଗୁଗଲ ଏବଂ ମାଇକ୍ରୋସଫ୍ଟ ୨୨ ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି। ଉଭୟ ଗୁଗଲ ସିଇଓ ଏବଂ ମାଇକ୍ରୋସଫ୍ଟ ସିଇଓ ଛଟେଇ ନେଇ କହିବା ସହ ଗତ କିଛି ବର୍ଷରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ନେଇ ସଙ୍କେତ ଦେଇଛନ୍ତି। ସେହିପରି ଏହା ପୂର୍ବରୁ ଆମାଜନ୍‌, ନେଟଫ୍ଲିକ୍ସ, ମେଟା କମ୍ପାନୀମାନନେ ମଧ୍ୟ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.