suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚଳିତବର୍ଷ ଦୀର୍ଘ ହେବ ଶୀତ ଋତୁ, ପଡିବ ହାଡ଼ଥରା ଜାଡ଼ !

1/10/2020 at 8:53 PM

ନୂଆଦିଲ୍ଲୀ ୧।୧୦: ଦେଶର ଉତ୍ତର ପାହାଡିଆ ଓ ସମତଳ ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଲାଣି। ଏହା ସହ ଆରମ୍ଭ ହୋଇଯାଇଛି ଶୀତ ଋତୁ ଆଗମନର ଅବଗଣନା। ଆଗାମୀ ଶୀତ ଋତୁ ଅନ୍ୟବର୍ଷମାନଙ୍କ ତୁଳନାରେ ଦୀର୍ଘ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବା ବେଳେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି।

ମାନସୁନ୍‌ ପ୍ରତ୍ୟାହାର ପରେ ପବନରୁ ଆର୍ଦ୍ଦତା ହ୍ରାସ ହେବା ସହ ଆକାଶ ବାଦଲ ମୁକ୍ତ ହୋଇଯାଏ। ଯାହା ଚଳିତବର୍ଷ ମଧ୍ୟ ହେବାରେ ଲାଗିଲାଣି। ଏଣୁ ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ରହୁଥିଲେ ବି ଆଉ ଗୁଳଗୁଳି ନାହିଁ। ରାତିରେ ତାପମାତ୍ରା ହ୍ରାସ ଶୀତ ଋତୁ ଆଗମନର ଲକ୍ଷଣ। ଏହି ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ ଦିନର ତାପମାତ୍ରା ମଧ୍ୟ ହ୍ରାସ ହେବାରେ ଲାଗିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ଏହା ସହ ଦେଶରେ ଶୀତ ଋତୁ ଆଗମନ ହେବ। 

ସମୁଦ୍ରରେ ରହିଛି ‘ଲା ନିନା’ ସ୍ଥିତି
ସ୍କାଇମେଟ୍ ୱେଦର ସର୍ଭିସ ସହ ସମ୍ପୃକ୍ତ ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଏବେ ସମୁଦ୍ରରେ ‘ଲା ନିନା’ ସ୍ଥିତି ଉପୁଜିଛି। ଯାହା ଦେଶରେ ଶୀତ ଋତୁ ଦୀର୍ଘ ହେବାର ଏକ ଲକ୍ଷଣ ବୋଲି ପୂର୍ବାନୁମାନ କରିଛନ୍ତି।  ସମୁଦ୍ରରେ ଏପରି ସ୍ଥିତି ଯୋଗୁ ଚଳିତବର୍ଷ ବର୍ଷା ଋତୁରେ ଆଶାରୁ ଅଧିକ ବର୍ଷା ହୋଇଥିବା ବେଳେ ଶୀତ ଋତୁରେ ଥଣ୍ଡା ମଧ୍ୟ ବଢିବ। ଯଦି ‘ଏଲ ନିନୋ’ ସ୍ଥିତି ଥାନ୍ତା ତେବେ ପାଣିପାଗ ଉପରେ ଏହାର ଓଲଟା ପ୍ରଭାବ ପଡିଥାନ୍ତା।

ଶୀତ ଋତୁ ହେବ ଦୀର୍ଘ
ଏବେ ଦେଶର ଉତ୍ତର ପାର୍ବତ୍ୟ ଅଞ୍ଚଳ ଜମ୍ମୁ-କାଶ୍ମୀର, ହୀମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶରୁ ମୌସୁମୀ ହଟିସାରିଲାଣି। ଗତବର୍ଷ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ମୌସୁମୀ ଅକ୍ଟୋବର ୧୦ରେ ବିଦାୟ ନେଇଥିଲା। ସେହି ଅନୁସାରେ ଏବର୍ଷ ଆଗୁଆ ମୌସୁମୀ ଫେରିବା ଋତୁ ଦୀର୍ଘ ହେବାର ସଂକେତ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଲାଭଦାୟକ ହେବ ରବିଚାଷ
ଆଗାମୀ ଶୀତ ଋତୁ ଚାଷବାସ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ହ୍ୱେଟ ଏଣ୍ଡ ବାର୍ଲେ ରିସର୍ଚ୍ଚର ନିର୍ଦ୍ଦେଶକ ଡା. ଜେ.ପି.ସିଂହ। ଶୀତଋତୁ ଶୀଘ୍ର ଆରମ୍ଭ ହେବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଦେଶରେ ରବି ଚାଷ ଲାଭଜନକ ହେବ। ଚଳିତବର୍ଷ ମୌସୁମୀ ବର୍ଷା ଯୋଗୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟ ମାଟିର ଆର୍ଦ୍ଦତା ହ୍ରାସ ପୂର୍ବରୁ ଶୀତ ଋତୁ ଆସିବ। ଏଣୁ ଚଳିତବର୍ଷ  ଗହମ ଚାଷ ସହଳ ହେବ। ଏହା ଛଡା ମାଟିର ଆର୍ଦତା ଯୋଗୁ ଡାଲି ଓ ତୈଳବିଜ ଚାଷ ମଧ୍ୟ ଲାଭଜନକ ହେବ ବୋଲି କହିଛନ୍ତି।  

   Related Posts