ଓଡିଶାରେ ଏବେ ଖୋଲିବନି ମଦ ଦୋକାନ

Published By : Prameya-News7 Bureau | May 05, 2020 IST

ଭୁବନେଶ୍ବର ୫।୫: ଓଡିଶାରେ ଏବେ ଖୋଲିବ ନାହିଁ ମଦ ଦୋକାନ । ରାଜ୍ୟରେ କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସ୍ଥିତି ଯେଉଁଭଳି ଅସମ୍ଭାଳ ହୋଇଥିଲା ତା ଉପରେ ନଜର ନଜର ରଖାଯାଇଛି । ସାମାଜିକ ଦୂରତ୍ବ ଉପରେ ମଧ୍ୟ ସରକାରଙ୍କ ନଜର ରହିଛି । ତେବେ ଏଭଳି ସ୍ଥିତିରେ ମଦ ଦୋକାନ ଖୋଲିବ କି ନାହିଁ ଦିନେ ଦୁଇ ଦିନ ଭିତରେ ତାର ନିଷ୍ପତ୍ତି ନିଆଯିବ । ଅବକାରୀ ବିଭାଗ ପକ୍ଷରୁ ଏହାକୁ ନେଇ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ । ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ କେବଳ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଖୋଲିବା ନେଇ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗ୍ରୀନ୍ ଜୋନ୍ ଥିବା କିଛି ଜିଲ୍ଲାରେ ମଦ ଦୋକାନ ଖୋଲିଥିଲା । ମଦ ଦୋକାନ ଖୋଲାଯିବା ପରେ ବିଭିନ୍ନ ସ୍ଥାନରେ ଦୋକାନ ଆଗରେ ଭିଡ ପରିଲକ୍ଷିତ ହୋଇଥିଲା । ମଦ ବ୍ୟବସାୟୀ ସଂଘ ମଦ ଦୋକାନ ଖୋଲିବାକୁ ନେଇ ବାରଣ କରିଥିଲା । ଏହା ସତ୍ତ୍ବେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଖୋଲିଥିଲା । ତେବେ ଏବେ ସରକାରଙ୍କ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.