୫୦ ବର୍ଷ ହେଲା କଞ୍ଚା ମାଂସ ଖାଉଛନ୍ତି ସ୍ୱାମୀ, ୮ ବର୍ଷ ପରେ ଘୃଣ୍ୟ କାମ ବାବଦରେ ଜାଣିଲେ ପତ୍ନୀ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫/୧୦: ଦୁନିଆର ଲୋକଙ୍କ ଭିତରେ ଅନେକ ଅଜବ ଅଭ୍ୟାସ ଦେଖାଯାଏ। କିଛି ଅଭ୍ୟାସ ଏତେ ଅଦ୍ଭୁତ ହୋଇଥାଏ ଯେ ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଜଣେ ବ୍ୟକ୍ତି ଅଛନ୍ତି ଯେତେବେଳେ ତାଙ୍କ ପତ୍ନୀ ତାଙ୍କର ଅଦ୍ଭୁତ ଅଭ୍ୟାସ ବିଷୟରେ ଜାଣିବାକୁ ପାଇଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା। ଏହି ବ୍ୟକ୍ତିଙ୍କର ଗତ ପଚାଶ ବର୍ଷ ଧରି କଞ୍ଚା ମାଂସ ଖାଇବାର ଅଭ୍ୟାସ ରହିଛି। ସେ କଞ୍ଚା ମାଂସ ଆଣି ତାକୁ ଗ୍ରାଇଣ୍ଡ୍ କରି ଖାଉଥିଲେ। ବର୍ତ୍ତମାନ ତାଙ୍କ ପତ୍ନୀ ଏହି କାର୍ଯ୍ୟ ବିଷୟରେ ଲୋକଙ୍କୁ କହିଛନ୍ତି ଏବଂ ସେମାନଙ୍କଠାରୁ ପରାମର୍ଶ ଲୋଡିଛନ୍ତି।

{"width":640,"height":640}
man eats raw meat from 50 years

ସୂଚନା ଅନୁଯାୟୀ, ଚାରି ପିଲାଙ୍କ ବାପା ପିଟର ରିଚାର୍ଡସନ, ବୋଷ୍ଟନ ନିକଟ ଲିଙ୍କନସାୟରରେ ରୁହନ୍ତି। ଆଠ ବର୍ଷ ପୂର୍ବେ ସେ ୪୨ ବର୍ଷିୟା କେଟି ଚଲମର୍ସଙ୍କୁ ବିବାହ କରିଥିଲେ। କିନ୍ତୁ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଦ୍ଭୁତ ଅଭ୍ୟାସ ବିଷୟରେ ଜାଣି ନଥିଲେ। ସେ ଲକ୍ଷ୍ୟ କରିଥଲେ ଯେ ଯେତେବେଳେ ବି ସେ ନନ୍ ଭେଜ୍ ରାନ୍ଧୁଥିଲେ, ତାଙ୍କ ସ୍ୱାମୀ ଖାଦ୍ୟ ଖାଉ ନଥିଲେ। ସେ ଭାବିଲେ ବୋଧହୁଏ ପିଟର ଜଣେ ଶାକାହାରୀ। କିନ୍ତୁ ବର୍ତ୍ତମାନ ଜଣା ପଡିଛି ଯେ ପିଟର ରନ୍ଧା ମାଂସ ପସନ୍ଦ କରନ୍ତି ନାହିଁ। ସେ କଞ୍ଚା ମାଂସ ଆଣି ଏହାକୁ ନ ରାନ୍ଧି ଖାଇଥା’ନ୍ତି।

ନିକଟରେ କ୍ୟାଟି ପିଟରଙ୍କ କଞ୍ଚା ମାଂସ ଖାଇବା ବିଷୟରେ ଜାଣିଥିଲେ। ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଟିକଟକ୍ ଆକାଉଣ୍ଟରେ ସେୟାର କରିଥିଲେ, ଯେଉଁଠାରୁ ଏହା ଭାଇରାଲ ହୋଇଥିଲା। ପିଟର କଞ୍ଚା ମାଂସକୁ ଭଲ ପାଆନ୍ତି। ତାଙ୍କର ଏହି ଅଜବ ଅଭ୍ୟାସ ପାଞ୍ଚ ବର୍ଷ ବୟସରୁ ହୋଇଥିଲା। ସେତେବେଳେ ତାଙ୍କର କୌଣସି ଏକ ଭୂଲ ପାଇଁ ତାଙ୍କ ମା ଦଣ୍ଡ ସ୍ୱରୂପ ସେହି ପିଟରଙ୍କୁ କଞ୍ଚା ମାଂସ ଖାଇବାକୁ ଦେଇଥିଲେ। କିନ୍ତୁ ପିଟରଙ୍କୁ ଏହା ଏତେ ପସନ୍ଦ ଆସିଲା ଯେ ସେ ରନ୍ଧା ମାଂସ ଖାଇବା ବନ୍ଦ କରିଦେଲେ। ଯେତେବେଳେ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଭ୍ୟାସ ବିଷୟରେ ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ।

{"width":640,"height":640}
man eats raw meat from 50 years

କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଦ୍ଭୁତ ଅଭ୍ୟାସର ଭିଡିଓ ସେୟାର କରିବା ପରେ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ଲୋକମାନେ କହିଥିଲେ ଯେ ପିଟରଙ୍କ ପେଟରେ ଅନେକ ସମସ୍ୟା ଥାଇପାରେ। ଏଭଳି ପରିସ୍ଥିତିରେ କ୍ୟାଟି ଜଣେ ଭଲ ପେଟ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍। ତେବେ ପିଟରଙ୍କ ଅନୁଯାୟୀ, ଗତ ୫୦ ବର୍ଷ ଧରି କଞ୍ଚା ମାଂସ ଖାଇବା ପରେ ମଧ୍ୟ ତାଙ୍କର କୌଣସି ଅସୁବିଧା ହୋଇ ନାହିଁ। ଆଜି ବି ସେ ନିଜକୁ ବହୁତ ଫିଟ୍ ମନେ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.