ଟଙ୍କା ପାଇଁ ସ୍ତ୍ରୀକୁ ନିର୍ମମ ହତ୍ୟାକଲା ସ୍ୱାମୀ; ତଦନ୍ତ କରୁଛି ପୋଲିସ
9/01/2023 at 11:15 PM

ପୁରୁଷୋତ୍ତମପୁର ୦୯/୦୧: ବାପ ଘରୁ ଟଙ୍କା ନ ଆଣିବାରୁ ପିଟି ପିଟି ମାରିଦେଲା ସ୍ୱାମୀ। ଏପରି ଲୋମାଟାଙ୍କୁରା ଅପରାଧ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାପଲ୍ଲୀ ଗାଁରେ ଦେଖିବାକୁ ମିଳିଛି। ବିବାହ ପରେ ମୃତକ ମହିଳାଙ୍କୁ ଅଭିଯୁକ୍ତ ବାରମ୍ୱାର ତାଙ୍କ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲା। ଏଥିରେ ବିଫଳ ମୃତ ମହିଳା ବିଫଳ ହେବାରୁ ଅଭିଯୁକ୍ତ ଏପରି ନାରକୀୟ କାଣ୍ଡ ଭିଆଇଛି। ଅଭିଯୁକ୍ତର ପରିଚୟ ରଞ୍ଜିତ ସ୍ୱାଇଁ।
ଖବର ଅନୁସାରେ, ରଞ୍ଜିତ ୩ ବର୍ଷ ପୂର୍ବେ ମାମା ସ୍ୱାଇଁଙ୍କୁ ବିବାହ କରିଥିଲେ l ବିବାହ ପରେ ରଞ୍ଜିତ ଶଶୁର ଘର ଲୋକଙ୍କୁ ବାରମ୍ୱାର ଟଙ୍କା ମାଗୁଥିଲେl। ଟଙ୍କା ନଆଣିଲେ ତାଙ୍କ ସ୍ତ୍ରୀ ମାମାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ l ତେବେ ଗତ ଡିସେମ୍ୱର ୬ରେ ଉଭୟ ପରିବାର ବୁଝାମଣା ହୋଇଥିଲା। ଏହାପରେ ମାମାଙ୍କୁ ରଞ୍ଜିତଙ୍କ ପାଖରେ ତାଙ୍କ ବାପଘର ଲୋକେ ଛାଡିଥିଲେ। କିନ୍ତୁ ଗତକାଲି ବା ରବିବାର ରାତିରେ ଅଭିଯୁକ୍ତ ମାମାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି l
ଏନେଇ ମାମାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା କରାଯାଇଛି। ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛିl ସେପଟେ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ, ଶାଶୁ, ନଣନ୍ଦଙ୍କୁ ଅଟକ ରଖିଥିବା ପୋଲିସ ଅଧିକ ପଚରାଉଚୁରା କରୁଥିବା ଜଣାପଡ଼ିଛି।