ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ, ମରଶରୀର ଆଗେ ଚାଲିଗଲା ଜୀବନ

Published By : Prameya-News7 Bureau | November 18, 2023 IST

ମାଲକାନଗିରି ୧୮/୧୧: ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଏମାନେ । ବାହା ହୋଇ ଏକାଠି ଜିଇଁବା ଓ ଏକାଠି ମରିବାର ନେଇଥିଲେ ଶପଥ । ହେଲେ ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ସହିନପାରି ଏକ ଘଣ୍ଟା ପରେ ଦେହ ତ୍ୟାଗ କଲେ ପତ୍ନୀ ।

ସ୍ୱାମୀଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ ପତ୍ନୀ । ମୃତଦେହ ଦେଖି ଦୁଃଖରେ ଭାଙ୍ଗି ପଡିବା ସହ ସେଠାରେ ହିଁ ମୃତ୍ୟୁବରଣ କଲେ ପତ୍ନୀ । ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ । ମାଲକାନଗିରି ଜିଲ୍ଲା ବାଲିମେଳା ସହରରୁ ନଜର ଆସିଛି ଏମିତି ହୃଦୟ ବିଦାରକ ଘଟଣା ।

wp:embed {"url":"https://www.prameyanews7.com/president-coming-to-the-birth-place-in-20-nov/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-coming-to-the-birth-place-in-20-nov/
/wp:embed

ସୂଚନା ଥାଉକି, ହରି କୁଲଦିପ ନାମକ ଜଣେ ଆଦିବାସୀ ଦିନ ମଜୁରିଆ ବାଲିମେଳା ଏନ.ଏ.ସି ର ୧୨ ନମ୍ବର ୱାର୍ଡରେ ରହୁଥିଲେ । ନିଜର ତିନୋଟି ସନ୍ତାନ ସହ ବେଶ ହସ ଖୁସିରେ ଜୀବନ ମଧ୍ୟ ବିତାଉଥିଲେ । ତେବେ ହୃଦ ଘାତରେ ହଠାତ୍ ତାଙ୍କର ପରଲୋକ ହେବା ପରେ ସ୍ବାମୀଙ୍କ ମୃତ୍ୟୁ ଖବର ସହଜରେ ଗ୍ରହଣ କରିପାରିଲେ ନାହିଁ ସ୍ତ୍ରୀ କମଳା ।

କାରଣ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅତୁଟ ବନ୍ଧନ ରହିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ କମଳା ସମ୍ପୂର୍ଣ ଭାବେ ଭାଙ୍ଗି ପଡିଥିଲେ । ଡାକ୍ତରଖାନାରୁ ସ୍ୱାମୀଙ୍କ ମୃତଦେହ ଘରେ ପହଞ୍ଚିବା ପରେ ମୃତ ଦେହକୁ ଧରି ବାହୁନି ବାହୁନି କାନ୍ଦିବି ସହ ଅଚେତ ହୋଇ ପଡିଥିଲେ । ଅଚେତ ଅବସ୍ଥାରେ ପରିବାର ଲୋକେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.