କାହିଁକି ଶିବାନୀର ତଣ୍ଟି କାଟି ହତ୍ୟା କଲା ଭାଉଜ କାବେରୀ! ଏହି ଗୁପ୍ତ ରହସ୍ୟ ଜଣାପଡିବା ଭୟରେ ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | December 15, 2019 IST

ଟାଙ୍ଗୀ (ଖୋର୍ଦ୍ଧା) ( ରବୀନ୍ଦ୍ର କୁମାର ରଣା) ୧୫।୧୨ - ବାଲୁଙ୍ଗା ଗଙ୍ଗନଗର ଗାଁରେ ଘଟିଛି ଅଭାବନୀୟ ଘଟଣା । କଲେଜ ପଢୁଆ ନଣନ୍ଦକୁ ତଣ୍ଟି କାଟି ହତ୍ୟା କରିଛି ଭାଉଜ । ହତ୍ୟାର ଶିକାର ହୋଇଥିବା ଶିବାନୀ ବାଲୁଗାଁ କଲେଜ୍‌ରେ ଯୁକ୍ତ ଦୁଇରେ ପାଠ ପଢୁଥିଲା । ଭାଉଜ କାବେରୀର ଶିବାନୀଙ୍କ ଭାଇଙ୍କ ସହ ପ୍ରେମ ବିବାହ ହୋଇଥିଲା । ଏହାକୁ ପରିବାର ଲୋକ ବିରୋଧ କରୁଥିଲେ । ଏଥିପାଇଁ ଅନେକ ଥର ଝଗଡା ବି ହୋଇଛି । ଏହି କାରଣରୁ କାବେରୀ ନଣନ୍ଦ ଶିବାନୀକୁ ହତ୍ୟା କରିଥିବା କଥା ପୁଲିସ ସୂଚନା ଦେଇଛି। ମାତ୍ର ଅନ୍ୟ କଥାବି ଲୋକ ସନ୍ଦେହ କରିଛନ୍ତି । ପ୍ରେମ ବିବାହ କରିଥିବା ଭାଉଜର କିଛି ଗୁପ୍ତ କଥା ଶିବାନୀ ଜାଣି ଦେଇଥିବାରୁ ଧରା ପଡିବା ଭୟରେ ସେ ଶିବାନୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏବେ ପୁଲିସ ତଦନ୍ତ ଜାରି ରହିଛି ।

{"id":198035,"sizeSlug":"large"}

ଶିବାନୀକୁ ତଣ୍ଟି କାଟିବା ପାଇଁ ଭାଉଜ କାବେରୀ ରଚିଥିଲା ଏକ ନାଟକ । କଲେଜ୍‌ରେ ଶିବାନୀଙ୍କୁ ଜଣେ ଏକ ତରଫା ପ୍ରେମ କରୁଥିଲା । ଶିବାନୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏ କଥା ଜାଣିବା ପରେ କାବେରୀ ଶିବାନୀକୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଭାଉଜ କାବେରୀର କିଛି ଗୁପ୍ତ ରହସ୍ୟ କିମ୍ବା ଅନ୍ୟ କିଛି ସମ୍ପର୍କ ବିଷୟରେ ଶିବାନୀ ଜାଣିଥିବା କଥା ସନ୍ଦେହ କରାଯାଉଛି । ଏଥିଯୋଗୁଁ ସବୁଦିନ ପାଇଁ ନଣନ୍ଦ ଶିବାନୀକୁ ରାସ୍ତାରୁ ହଟାଇବା ପାଇଁ କାବେରୀ ଯୋଜନା କରିଥିଲା ।

{"id":198036,"width":580,"height":359,"sizeSlug":"large"}

ଘରର ଶାଶୁ , ଶଶ୍ୱୁର ଓ ସ୍ୱାମୀ ବେପାର କରିବା ପାଇଁ ଦୋକାନକୁ ଯାଇଥାଆନ୍ତି । ଘରେ କେହି ନଥିବା ସମୟରେ ଶିବାନୀକୁ ହତ୍ୟା କରିବା ପାଇଁ କାବେରୀ ଯୋଜନା କରିଥିଲା । ଶିବାନୀର ତଣ୍ଟି କାଟି ହତ୍ୟା କରିବା ପରେ ସମସ୍ତଙ୍କ ଆଗରେ କହିଥିଲା ଏକ ମନଗଢା କାହାଣୀ । ପରିଶ୍ରା କରିବା ପାଇଁ ବାରିପଟକୁ ଯାଇଥିବା ବେଳେ ଜଣେ ଯୁବକ ମୁଖା ପିନ୍ଧି ଆସି ଶିବାନୀକୁ ତଣ୍ଟି କରିଥିବା କଥା କହିଥିଲା । ହତ୍ୟା କରିବା ପରେ ବେଶ୍‌ ସ୍ୱାଭାବିକ ଥିଲା କାବେରୀ । ତା କଥାକୁ ସମସ୍ତେ ବିଶ୍ୱାସ କରିଥିଲେ ଗୁରୁତର ଶିବାନୀକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିବାନୀର ମୃତ୍ୟୁ ହୋଇଥିଲା ।

{"id":198037,"sizeSlug":"large"}

ପୁଲିସ ପ୍ରଥମେ ଜଣେ ଯୁବକଙ୍କୁ ଅଟକ ରଖିଥିଲା । ମାତ୍ର ଶିବାନୀଙ୍କ ମାଆ ଘରେ ଏକୁଟିଆ ଭାଉଜ ଥିବା କଥା ନ୍ୟୁଜ 7 ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଏହାପରେ ଭାଉଜଙ୍କ ଭୂମିକାକୁ ନେଇ ନ୍ୟୁଜ 7ରେ ଖବର ପ୍ରସାରଣ କରାଯାଇଥିଲା । ପୁଲିସ ଭାଉଜ କାବେରୀକୁ ନେଇ ପଚରା ଉଚରା କରିବାରୁ ତା କଥାରେ ତାଳ ମେଳ ରହି ନଥିଲା । ପୁଲିସର ପ୍ରଶ୍ନ ବାଣ ଆଗରେ ବେଶୀ ସମୟ ଭାଉଜର ମିଛ ତିଷ୍ଠି ରହିପାରି ନଥିଲା । ପରେ ଭାଉଜ ସବୁ ସତ ଓଗାଳିଥିଲା। କେମିତ ରଚିଥିଲା ହତ୍ୟା ଷଡଯନ୍ତ୍ର ସେ ବିଷୟରେ ବି ମାନିଯାଇଥିଲା। ଏବେ ପୁଲିସ କାବେରୀକୁ ଗିରିଫ କରିଛି ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗଙ୍ଗନଗର ଶିବାନୀ ବେହେରା ହତ୍ୟା ଘଟଣାର ଫର୍ଦ୍ଦାଫାଶ ହୋଇଛି । ଶିବାନୀଙ୍କ ଭାଉଜ ହିଁ ପ୍ରକୃତ ହତ୍ୟାକାରୀ ବୋଲି ଖୋର୍ଦ୍ଧା ଏସ୍.ପି ସୂଚନା ଦେଇଛନ୍ତି । ନଣନ୍ଦ ଶିବାନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଭାଉଜ କାବେରୀଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ , ଗତ୧୩ ତାରିଖ ରାତିରେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ପ୍ରତିଶୋଧ ନେବାକୁ ଛୁରିରେ ନଣନ୍ଦର ବେକ କାଟି ହତ୍ୟା କରିଥିଲା । କେବଳ ହତ୍ୟା କରିନଥିଲେ ଭିଲେନ ଭାଉଜ ଏହାକୁ ନାଟକୀୟ ମୋଡ ଦେଇଥିଲେ । ପ୍ରଥମେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହୋଇଥିଲା ।

ଭାଉଜ କାବେରୀ ଶିବାନୀଙ୍କ ବଡ ଭାଇକୁପ୍ରେମ ବିବାହ କରିଥିଲେ । ଏହାକୁ ନେଇ ନଣନ୍ଦ ପୂର୍ବରୁ ଟାହିଟାପରା କରୁଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ଆଜି ହତ୍ୟାକାଣ୍ଡ ପରେ ପୋଲିସ ଶରତ ମାଝୀ ନାମକ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଯାହାକୁ ଭିଲେନ ଭାଉଜ ଶିବାନୀଙ୍କ ପ୍ରେମିକ ବୋଲି ଦର୍ଶାଇଥିଲେ ।

ଆଲେଖ୍ୟ - ଜିତ୍‌ ପଟ୍ଟନାୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.