LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଷ୍ଟାର ବ୍ୟାଟର୍ ବିରାଟ କୋହଲି, କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ?

27/03/2023 at 8:55 AM

virat kohli

ମୁମ୍ବାଇ ୨୭।୦୩; ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟର ବିରାଟ କୋହଲି ।  ଦୁନିଆର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ । ସବୁବେଳେ କିଙ୍ଗ୍ କୋହଲି ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ରୁହନ୍ତି ଚର୍ଚ୍ଚାରେ । ୨୦୦୮ରେ ଟିମ୍ ଇଣ୍ଡିଆ ପାଇଁ  ଡେବ୍ୟୁ କରିଥିବା ବିରାଟ ନିଜର ଧୁଆଁଧାର ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟ୍‌ରେ ବେଶ୍ ପରିଚିତ । ୧୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୨୫ ହଜାରରୁ ଅଧିକ ରନ୍ କରିଛନ୍ତି । ୧୮ନଂ ଜର୍ସି ପିନ୍ଧି ସର୍ବାଦ କ୍ରିକେଟ୍‌ ପଡ଼ିଆରେ ଚଉକା ଛକା ମାରିଥାନ୍ତି କୋହଲି। ଆପଣ ଜାଣିଛନ୍ତି କି ଏହି ୧୮ନଂ ଜର୍ସି ପଛର ରାଜ୍ । ଆସନ୍ତୁ ଜାଣିବା ।

virat kohli

କ୍ରିକେଟ୍‌ରେ ପ୍ରତିଟି ଖେଳାଳିଙ୍କ ଜର୍ସି ପଛରେ ରହିଥାଏ ଏକ ନମ୍ବର । ଖେଳାଳିଙ୍କ ଇଚ୍ଛାନୁଯାୟୀ ରଖାଯାଏ । ଏହାକୁ ସମସ୍ତେ ନିଜର ଲକି ନଂ ବୋଲି କହିଥାନ୍ତି । ତେବେ ବିରାଟଙ୍କ ୧୮ ନଂ ଜର୍ସି ପଛରେ କଣ ରହିଛି ସ୍ପେଶାଲ୍ । ୨୦୦୮ U-19 ବିଶ୍ୱକପ୍‌ରେ ଅଧିନାୟକ ଥିବା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । କୁହାଯାଉଛି କି କିଙ୍ଗ୍ କୋହଲିଙ୍କ ଏହି ନମ୍ବର ପଛରେ ରହିଛି ଏକ ଭାବପୂର୍ଣ୍ଣ କାହାଣୀ । ବିରାଟ ମାତ୍ର ୧୭ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ଡିସେମ୍ବର ୧୮, ୨୦୦୬ରେ ତାଙ୍କ ପିତାଙ୍କର ହୋଇଥିଲା ଦେହାନ୍ତ ।

virat kohli

 ସେହିଦିନକୁ ସ୍ମରଣୀୟ କରିବା ପାଇଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । କୋହଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ କହିଥିଲେ ଯେ, ‘ମୋର ଆଜି ବି ମନେ ଅଛି ସେହି ରାତି, ଯେଉଁଦିନ ମୋ ବାପାଙ୍କର ଦେହାନ୍ତ ହୋଇଥିଲା । ଏହା ମୋ ପାଇଁ କଷ୍ଟଦାୟକ ସମୟ ଥିଲା । ତା’ପରଦିନ ପୁଣି କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇବା ମୋ ପାଇଁ ବେଶ୍‌ କଠିନ୍‌ ସମୟ ଥିଲା । ବାପାଙ୍କ ଦେହାନ୍ତ ପରଦିନ ସକାଳେ ମୁଁ ମୋ କୋଚ୍‌ଙ୍କୁ ଫୋନ୍‌ କଲି ଏବଂ ଖେଳିବା ପାଇଁ କହିଲି । ମୋ ପାଇଁ ମ୍ୟାଚ୍‌ ଅଧାରେ ଛାଡ଼ିବା ପାପ ସହ ସମାନ । ସେହି ମୁହୂର୍ତ୍ତଟି ମୋ ଜୀବନକୁ ବଦଳାଇ ଦେଲା । ସେହି ସମୟରେ ଜାଣିପାରିଲି ଯେ କ୍ରିକେଟ୍‌ ମୋ ଜୀବନରେ ବେଶ୍‌ ମହତ୍ତ୍ୱପୂର୍ଣ୍ଣ’ ।

virat kohli

ତେବେ ବାପାଙ୍କ ଦେହାନ୍ତ ଦିନ କୋହଲି କର୍ଣ୍ଣାଟକ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ରଣଜୀ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ସେହି ମ୍ୟାଚ୍‌ରେ କୋହଲି ୯୦ ରନ୍‌ର ଦମଦାର ଇନିଂସ ଖେଳିଥିଲେ । କିନ୍ତୁ ତାଙ୍କ ମାଆ ଓ ପରିବାର ଲୋକଙ୍କ ପରାମର୍ଶ ପରେ ସେ ପିତାଙ୍କ ଦେହାନ୍ତ ପରଦିନ ମଧ୍ୟ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଜଣାଇଥିଲେ ।

   Related Posts