ନୂଆଦିଲ୍ଲୀ: ଦେଶରେ ସବୁଠୁ ଅଧିକ ଗାଡି ଚୋରି ଘଟଣା ଦିଲ୍ଲୀ ଏନସିଆରରେ ରେକର୍ଡ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୋରଙ୍କ ମନ ପସନ୍ଦର ରଙ୍ଗ ହେଉଛି ଧଳା । ଅର୍ଥାତ ଧାଳ ରଙ୍ଗର ଅଧିକ ଗାଡି ଚୋରି ହୋଇଥାଏ । ଏକ ରିପୋର୍ଟରୁ ଏହାର ଖୁଲାସା ହୋଇଛି । ଏକୋ ଭେକଲ ଥେଫ୍ଟ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି ।
ରିପୋର୍ଟ ଅନୁସାରେ, ଦେଶର ରାଜଧାନୀରୁ ପ୍ରତି ୧୨ ମିନିଟରେ ଗୋଟିଏ ଗାଡି ଚୋରି ହୋଇଥାଏ । ଦିଲ୍ଲୀରେ ରୁଜୁ ହୋଇଥିବା ମୋଟ ଅପରାଧ ମାମଲାର ପ୍ରାୟ ୨୦ ପ୍ରତିଶତ ଅପରାଧ ଗାଡି ଚୋରିର ହୋଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଗାଡି ଗୁଡିକର ଚାହିଦା ବଜାରରେ ରହିଛି, ସେହି ଗାଡି ଗୁଡିକର ଅଧିକ ଚୋରି ହୋଇଥାଏ । ଦିଲ୍ଲୀରେ ସବୁଠୁ ଅଧିକ ମାରୁତି ୱାଗନର ଏବଂ ସ୍ୱିଫ୍ଟ ଗାଡି ଚୋରି ହୋଇଥାଏ । ଦୁଇ ଚକିଆ ଗାଡିରେ ସବୁଠୁ ଅଧିକ ଚୋରି ହିରୋ ସ୍ପେଣ୍ଡରର ହୋଇଥାଏ । ଏହାପରେ ଆକ୍ଟିଭା ସ୍କୁଟିର ଅଧିକ ଚୋରି ମାମଲା ରେକର୍ଡ କରାଯାଇଛି ।
ରିପୋର୍ଟ ଅନୁସାରେ, ଦିଲ୍ଲୀ ଏନସିଆର ପରେ ସବୁଠୁ ଚୋରି ବେଙ୍ଗାଲୁରୁରେ ହୋଇଥାଏ । ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି । ଏହାଛଡା, ହାଇଦ୍ରାବାଦ, ମୁମ୍ୱାଇ ଏବଂ କୋଲକାତାରେ କମ ଗାଡି ଚୋରି ମାମଲା ରେକର୍ଡ ହୋଇଛି । ରଙ୍ଗ ଭିତରେ ଧଳା କାର ଅଧିକ ଚୋରି ହୁଏ । ଏହାର ସାଧାରଣ ଯୁକ୍ତି ଏହା ଯେ, ଧଳା ରଙ୍ଗର କାର ସହଜରେ ଟ୍ରାଫିକରେ ଜଣାପଡେ ନାହିଁ । ଏହାଛଡା ଧଳା କାର ଗୁଡିକୁ ଅନ୍ୟ ରଙ୍ଗ ଦେବାରେ ସହଜ ହୋଇଥାଏ ।
ଦିଲ୍ଲୀ ଏନସିଆର ଅନେକ କାରଣରୁ ଭାରତରେ ଗାଡି ଚୋରି ମାମଲାରେ ସବୁଠୁ ଅଗରେ ରହିଛି । ଏଥିରେ ଏକ ପ୍ରମୁଖ କାରଣ ହେଉଛି ଘର ଏବଂ କଲୋନୀ ଗୁଡିକରେ ପାର୍କିଂର ଅଭାବ । ଏଠାରେ ଲୋକେ ରାସ୍ତାରେ ନିଜର ଗାଡି ପାର୍କିଂ କରିଥାନ୍ତି ।