କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ୍‌, ବିଶ୍ୱକପ୍ ହାରିବା ପରେ ଆଲର୍ଟ

Published By : Prameya-News7 Bureau | November 20, 2023 IST

ମୁମ୍ଵାଇ ୨୦।୧୧: ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ୬ ୱିକେଟ୍‌ରେ ହରାଇଛି । ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଆଉ କିଛି  ଟିଭି ଏବଂ ମୋବାଇଲରେ ମ୍ୟାଚ୍ ଦେଖୁଥିବା ପ୍ରଶଂସକମାନେ ମଧ୍ୟ ରାଗି ଯାଇଥିଲେ। କୌଣସି ଅଘଟଣରୁ ହେବା ଆଗରୁ ପୋଲିସ ସତର୍କ ହୋଇଯାଇଥିଲା।

କୁଲଦୀପଙ୍କ ଘରକୁ ପୋଲିସ କାହିଁକି ପଠାଇବାକୁ ପଡିଲା?

ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇବା ମାତ୍ରେ ବୋଲର କୁଲଦୀପ ଯାଦବଙ୍କ ଘରକୁ ତୁରନ୍ତ ପୋଲିସ୍‌ ପଠାଇବାକୁ ପଡିଛି। ୟୁପି ପୋଲିସର ସୂଚନାନୁସାରେ, କୌଣସି ଅଘଟଣକୁ ଏଡାଇବା ପାଇଁ କାନପୁରର ଡିଫେନ୍ସ କଲୋନୀରେ ଅବସ୍ଥିତ କୁଲଦୀପ ଯାଦବଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ତାଙ୍କ ଘର ବାହାରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ସହିତ ପୋଲିସର ଜିପ୍ସୀ ମଧ୍ୟ ଲଗାତାର ପାଟ୍ରୋଲିଂ କରୁଛନ୍ତି।

କ’ଣ କହିଲା ପୋଲିସ?

 ଇନ୍ସପେକ୍ଟର କହିଛନ୍ତି ଯେ ସତର୍କତାମୂଳକ ପଦକ୍ଷେପ ଭାବରେ କୁଲଦୀପଙ୍କ ଘରକୁ ପୋଲିସ ପଠାଯାଇଛି। ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଦର୍ଶନ କିମ୍ବା ଉତ୍ତେଜନା ବିଷୟରେ ହୋଇନାହିଁ । କିନ୍ତୁ ଆମେ ଆମ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କ ଅଛୁ। ପୋଲିସର ସୂଚନାନୁସାରେ କୁଲଦୀପ ଯାଦବଙ୍କ ପରିବାର ସଦସ୍ୟଙ୍କ ଠାରୁ କୌଣସି ସୁରକ୍ଷା ଦାବି କରାଯାଇ ନଥିଲା, କିନ୍ତୁ ପୋଲିସ ପକ୍ଷରୁ ସତର୍କ ଏବଂ କଡା ନଜର ରଖାଯାଉଛି।

wp:embed {"url":"https://www.prameyanews7.com/visakhapatnam-massive-fire-breaks-out-at-fishing-harbor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/visakhapatnam-massive-fire-breaks-out-at-fishing-harbor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.