ବ୍ରେକ୍‌ ଅପ୍ ପରେ ମୁଭ୍‌ ଅନ୍ କଲେଣି ଟାଇଗରଙ୍କ EX ଗର୍ଲଫ୍ରେଣ୍ଡ, ଜିମ୍ ଟ୍ରେନରଙ୍କ ପ୍ରେମରେ ଦିଶା

Published By : Prameya-News7 Bureau | December 05, 2022 IST

ମୁମ୍ୱାଇ ୦୫/୧୨: ବଲିଉଡ୍‌ର ସବୁଠୁ ଫିଟ୍ ଓ ଗ୍ଲାମରସ ଆକ୍ଟ୍ରେସ ଦିଶା ପାଟନୀ । ତାଙ୍କ ସେକ୍ସି ଅନ୍ଦାଜରେ ମତୁଆଲା ବି-ଟାଉନ୍ । ଗତ କିଛିଦିନି ହେବ ଦିଶା ତାଙ୍କ ଗ୍ଲାମ ଲୁକ୍ ବ୍ୟତୀତ ଲଭ୍ ଲାଇଫ୍‌କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଦିନ ଥିଲା ଦିଶା ଥିଲେ ଟାଇଗର ଶ୍ରଫ୍‌ଙ୍କ ପ୍ରେମିକା । ଉଭୟହଙ୍କ ଯୋଡିଙ୍କୁ ଖୁବ ପସନ୍ଦ କରୁଥିଲେ ଫ୍ୟାନ୍ସ । ହେଲେ ଏବେ କିନ୍ତୁ ତାଙ୍କ ନୂଆ ପ୍ରେମିକଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ତେବେ କିଏ ଏହି ହ୍ୟାଣ୍ଡସମ୍ ହଙ୍କ୍ ତାଙ୍କୁ ନେଇ ଏବେ ବି-ଟାଉନରେ ଖୁବ୍ ଗସିପ୍ ।

ପୂର୍ବରୁ ଦିଶାଙ୍କ ସହ କେବଳ ଟାଇଗର ଶ୍ରଫ୍‌ଙ୍କ ସହ ଦେଖିବାକୁ ମିଳୁଥିଲା । ଏବେ ଟାଇଗରଙ୍କୁ ଛାଡି ଦିଶା ପାଟନୀଙ୍କ ସହ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଦେଖିବାକୁ ମିଳୁଛି । ଆଉ ଏହି ମିଷ୍ଟ୍ରି ମ୍ୟାନ୍‌ଙ୍କ ନାଁ ହେଉଛି ଆଲେଜାଣ୍ଡାର ଆଲେକ୍ସ । ସିଏ ବି ଦେଖିବାକୁ କୌଣସି ସିନେମା ହିରୋଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।

ଦିଶାଙ୍କ ଇନଷ୍ଟା ଆକାଉଣ୍ଟରେ ଆଲେକ୍ସଙ୍କ ସହ ଅନେକ ଫଟୋ ଦେଖିବାକୁ ମିଳିବ । ପ୍ରକୃତରେ କହିବାକୁ ଗଲେ ଆଲେକ୍ସ ଦିଶାଙ୍କ ଜିମ୍ ଟ୍ରେନ୍‌ର । ଦୁଇଜଣ ଏକାଠି ଓ୍ୱାର୍କ ଆଉଟ୍ କରନ୍ତି । ସର୍ବିୟା ରେ ରହୁଥିବା ଆଲେକଜାଣ୍ଡାର ଜଣେ ଭଲ ଅଭିନେତା ।

ଆଲେକଜାଣ୍ଡର ଅନେକ ଓ୍ୱେବସିରିଜରେ କାମ କରିଛନ୍ତି । ଅଭିନୟ ଅପେକ୍ଷା ଆଲେଜାଣ୍ଡର ନିଜ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ । ଆଲେକଜାଣ୍ଡରଙ୍କ ଇନଷ୍ଟା ପ୍ରୋଫାଇଲ୍‌ରେ ତାଙ୍କ ସହ ଦିଶା ପାଟନୀଙ୍କ ସହ ଅନେକ ଫଟୋ ରହିଛି । ଇନଷ୍ଟାରେ ଆଲେକଜାଣ୍ଡରଙ୍କ ୧୧୦k ଫଲୋଅର୍ସ ଅଛନ୍ତି । ୨୨ ନଭେମ୍ୱର ୨୦୨୨ରେ କାର୍ତ୍ତିକ ଆର୍ୟନଙ୍କ ବର୍ଥଡେ ପାର୍ଟିରେ ଦିଶା ଆଲେଜାଣ୍ଡାରଙ୍କ ସହ ନଜର ଆସିଥିଲେ । ତେବେ କେବଳ ପାର୍ଟି ଅନେକ ସ୍ଥାନରେ ଉଭୟ ଏକାଠି ନଜର ଆସୁଛନ୍ତି । ଯାହା ଜଣାପଡୁଛି ଦିଶା ଓ ଆଲେକଜାଣ୍ଡାରଙ୍କ ମିଳାମିଶା ଫ୍ରେଣ୍ଡସିପ୍‌ରେ ସୀମିତ ହୋଇନି । ଆଗକୁ ବଢିଗଲାଣି ଉଭୟଙ୍କର ସମ୍ପର୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.