କିଭଳି ଘରେ ଅଧିକ ବିସ୍ତାର ଲାଭ କରୁଛି କରୋନା ସଂକ୍ରମଣ, ବୈଜ୍ଞାନିକ କଲେ ଖୁଲାସା

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୦୨/୦୮ : ଦେଶରେ କରୋନା ଭାଇରସ ମାମଲା ହୁ ହୁ ହୋଇ ବଢିଚାଲିଛି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ପାର କରିସାରିଛି | କରୋନା ସଂକ୍ରମଣର ଆରମ୍ଭ ସମୟରେ ବିଶେଷଜ୍ଞ କହିଥିଲେ ଯେ ଯେଉଁସବୁ ଘରେ ଭେଣ୍ଟିଲେସନର ବ୍ୟବସ୍ଥା ନାହିଁ ସେଠାରେ କରୋନା ସଂକ୍ରମଣ ବିପଦ ଅଧିକ ରହିଛି | ଏ ସମ୍ପର୍କରେ ବର୍ତ୍ତମାନ ଆମେରିକାର ମିନେସୋଟା ୟୁନିଭର୍ସିଟି ଏକ ରିପୋର୍ଟ ଜାହିର କରିଛି | ରିପୋର୍ଟ ଅନୁସାରେ ଛୋଟ ଓ ବନ୍ଦ ସ୍ଥାନରେ କରୋନା କେବଳ ବାୟୁରେ ଅଧିକ ସମୟ ରହିନଥାଏ ବରଂ ଡ୍ରପଲେଟ୍ସ ବିଭିନ୍ନ ସ୍ଥାନରେ ରହିଯାଏ |

ଆଜିକାଲି ଘର ବହୁତ ଛୋଟ ହେବାକୁ ଲାଗିଲାନି | ପୂର୍ବରୁ ମଧ୍ୟ ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ ଛୋଟ ଘରେ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ | କରୋନା ମହାମାରୀ ସମୟରେ ଛୋଟ ଘର ଆହୁରି ବିପଦ | ରିସର୍ଚ୍ଚରୁ ଜଣାପଡିଛି ଯେ ବଡ ଓ ଖୋଲାମେଲା ଘରେ ରହୁଥିବା ଲୋକଙ୍କୁ କରୋନା ବିପଦ କମ ରହିଛି | 

ଗତ କିଛି ମାସରେ କରୋନା ଭାଇରସକୁ ନେଇ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆଣିଛନ୍ତି | କରୋନା ଭାଇରସକୁ ନେଇ ସାରା ଦୁନିଆର ବୈଜ୍ଞାନିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି | କରୋନାର ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ ସଂକ୍ରମଣ ୩ ଫୁଟ ଦୂର ଯାଏଁ ବିସ୍ତାର କରିଥାଏ | ଏହାପରେ କୁହାଯାଇଥିଲା ୬ ରୁ ୮ ଫୁଟ ଦୂର ପର୍ଯ୍ୟନ୍ତ ସଂକ୍ରମଣ ବିସ୍ତାର କରିପାରେ | ବର୍ତ୍ତମାନ କୁହାଯାଉଛି ଯେ କରୋନାର ପ୍ରଭାବ ୧୩ ଫୁଟ ଦୂରତା ପର୍ଯ୍ୟନ୍ତ ହୋଇପାରେ | 

ବିଶେଷଜ୍ଞ କହିଛନ୍ତି ଯେ, ଛୋଟ ଘର ଭିତରେ ପବନ ବା ବାୟୁ ଘର ଭିତରେ ହିଁ ବୁଲୁଥାଏ କିନ୍ତୁ ବଡ ଓ ଖୋଲା ଘରେ ପବନ ପ୍ରବାହ ଜାରି ରହିଥାଏ | ତାଛଡା ବନ୍ଦ ଘରେ ସୂର୍ଯ୍ୟ କିରଣ ଭଲ ଭାବେ ପଡ଼ିନଥାଏ ଯେଉଁଥିପାଇଁ ଭାଇରସ ବିସ୍ତାର କରିବାର ସମ୍ଭାବନା ରହିଥାଏ | ସୂର୍ଯ୍ୟ କିରଣ ପଡୁନଥିବା ଘର ଭାଇରସ ପାଇଁ ସୁରକ୍ଷିତ ହୋଇଥାଏ | କିନ୍ତୁ ବଡ ଓ ଖୋଲା ଘରେ ଭାଇରସ ଅଧିକ ସମୟ ରହିନଥାଏ ଏବଂ ପବନର ଗତି ସହ ଭାଇରସ ବାହାରକୁ ଚାଲିଯାଇଥାଏ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.