ମୁମ୍ଵାଇ ୧୭।୦୬;ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। ନିଜର ଫିଟନେସ ଓ ଦମ୍ଦାର ଫର୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବିରାଟ ମ୍ୟାଚ ମଝିରେ ଖାଉଥିବା ଏକ ଚକୋଲେଟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚକୋଲେଟ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ କୋହଲିଙ୍କ ଶାରୀରିକ ଶକ୍ତି ଓ ତୁରନ୍ତ ରିକଭରୀରେ ସାହାଯ୍ୟ କରେ।
ସୂଚନା ଅନୁଯାୟୀ, ବିରାଟ କୋହଲି ଖାଉଥିବା ଏହି ଚକୋଲେଟ ଜେଲି ଆକାରରେ ଥାଏ । ଏହା ଲଣ୍ଡନର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ। ଏହି ଚକୋଲେଟ ଛଅଟି ପ୍ୟାକେଟରେ ଆସିଥାଏ ଏବଂ ଭାରତରେ ଏହାର ମୂଲ୍ୟ ପାଖାପାଖି ୫୦୦୦ ଟଙ୍କା। ଏକ ଆଇପିଏଲ ମ୍ୟାଚ ସମୟରେ କୋହଲି ଏହି ଚକୋଲେଟ ଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଥିଲେ ଯେ, ମ୍ୟାଚ ମଝିରେ କୋହଲି କ’ଣ ଖାଉଛନ୍ତି?
ଏହି ଚକୋଲେଟର ବିଶେଷତ୍ୱ ହେଉଛି ଏଥିରେ କାର୍ବୋହାଇଡ୍ରେଟ୍ ଏବଂ କ୍ୟାଫିନ୍ ଥାଏ। ଏହା ଦୀର୍ଘ ସମୟ ଧରି ଖେଳିବା ପରେ ଶରୀରର ଥକାପଣକୁ ଦୂର କରିଥାଏ ଏବଂ ତୁରନ୍ତ ଶକ୍ତି ଯୋଗାଇଥାଏ। ମ୍ୟାଚ ସମୟରେ ଯେତେବେଳେ କୋହଲି ଥକାପଣ ଅନୁଭବ କରନ୍ତି। ସେତେବେଳେ ସେ ଏହି ଚକୋଲେଟ ଖାଇ ନିଜକୁ ଫିଟ୍ ରଖନ୍ତି। ଏହି ଚକୋଲେଟ କେବଳ ଅନଲାଇନ ସପିଂ ପୋର୍ଟାଲରେ ମିଳେ।