ମନେ ପଡ଼େ ତୁମ ସହ ବିତାଇଥିବା ସବୁ ମୁହୂର୍ତ୍ତ : କରୋନାରେ ସ୍ବାମୀଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି ପତ୍ନୀ କହୁଥିଲେ ସେମାନଙ୍କ ପ୍ରେମ କାହାଣୀ

Published By : Prameya-News7 Bureau | April 30, 2020 IST

ବରେଲି ୩୦/୪: ଉତ୍ତର ପ୍ରଦେଶର ବରେଲିରେ କରୋନା ଭାଇରସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ହୋଇଛି। ବରେଲିରେ ରହୁଥିବା ୩୫ବର୍ଷ ବୟସ୍କ ଓ୍ବଜିର ଅହମଦଙ୍କ ଦୁଇ ଦିନ ପୂର୍ବରୁ ପଜିଟିଭ ରିପୋର୍ଟ ଆସିଥିଲା। ଏହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଓ୍ବଜିରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅସେମ୍ବନଶୀଳା ହୋଇଯାଇଥିଲେ। ପତ୍ନୀଙ୍କୁ ବିଶ୍ବାସ ହେଉନଥିଲା ଯେ ଯେଉଁ ଓ୍ବଜିରଙ୍କୁ ସେ ଭଲ ପାଉଥିଲେ,ଏକାସାଙ୍ଗରେ ଜିଇଁବା-ମରିବା ବଚନ ଦେଇଥିଲେ,ସେ ଆଜି ତାଙ୍କୁ ଏକୁଟିଆ ଛାଡ଼ି ଚାଲି ଯାଇଛନ୍ତି। ଓ୍ବଜିରଙ୍କ ପତ୍ନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ସେ ଦୂରରୁ କବରକୁ ଜାବୁଡ଼ି ଧରି ନିଜ ସ୍ବାମୀଙ୍କୁ ପ୍ରେମ କାହାଣୀ ଶୁଣାଉଛନ୍ତି। ଏହି ଭିଡିଓଟି ଅତ୍ୟନ୍ତ ଭାବପ୍ରବଣ ହୋଇଛି।

ଭିଡିଓରେ ଓ୍ବଜିର ଅହମଦଙ୍କ ପତ୍ନୀ ଅଶ୍ରୃଭରା ଆଖିରେ ଦୂରରୁ ମୃତ ସ୍ବାମୀଙ୍କୁ ନିଜର ପ୍ରେମ କାହାଣୀ ଶୁଣାଉଛନ୍ତି। ପତ୍ନୀଙ୍କ କଥା ଶୁଣି ସେଠାରେ ଥିବା ସମସ୍ତେ କାନ୍ଦି ପଡ଼ିଥିଲେ। ଉଭୟଙ୍କ ଲଭ ମ୍ୟାରେଜ ହୋଇଥିଲା। ପତ୍ନୀ ତାଙ୍କୁ କହୁଛନ୍ତି,‘ ଯଦି ତାଙ୍କୁ କରୋନା ହୋଇଥିଲା,ତେବେ ତାଙ୍କୁ କାହିଁକି ହେଲା ନାହିଁ,ପିଲାଙ୍କୁ କାହିଁକି ହେଲା ନାହିଁ? ଯେତେବେଳେ ଓ୍ବଜିର ତାଙ୍କୁ ପ୍ରଥମ ଥର ଦେଖିଥିଲେ ସେ ସେହି ସମୟର ଗୀତ ବି ଗାଇଥିଲେ।

ଡାକ୍ତରଙ୍କ କହିବା ଅନୁସାରେ ୩୫ବର୍ଷ ବୟସ୍କ ଓ୍ବଜିର ଅହମଦ ଶ୍ବାସରୋଗ ଏବଂ ଡାଏବେଟିସରେ ମଧ୍ୟ ଆକ୍ରାନ୍ତ ଥିଲେ। ବୁଧବାର ଦ୍ବିପ୍ରହର ୩:୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ ସହ ପୋଲିସ୍ –ପ୍ରଶାସନ ଟିମ୍ ସାମନାରେ ଏହା ଏବେ ଚ୍ୟାଲେଞ୍ଜ ହୋଇଛି ଯେ ଯୁବକଙ୍କୁ କିପରି ସଂକ୍ରମଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.