କ’ଣ ହୋଇପାରେ ବାୟଜୁସର ‘ଜିରୋ’ ନେଟୱର୍ଥ ମାନେ, ଦେବାଳିଆ ହୋଇଯାଇନି ତ କମ୍ପାନୀ?

Published By : Prameya-News7 Bureau | October 19, 2024 IST

ବେଙ୍ଗାଲୁରୁ ୧୯।୧୦: ଆଡଟେକ୍ କମ୍ପାନୀ ବାୟଜୁସର ଭାଲ୍ୟୁଏସନ ‘ଶୁନ୍ୟ’ ହୋଇଯାଇଛି। କମ୍ପାନୀର ସଂସ୍ଥାପକ ନିଜେ ବାୟଜୁ ରବିନ୍ଦ୍ରନ ଏକ ଭର୍ଚୁଆଲ ପ୍ରେସ୍ କନଫରେନ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନିବେଶକ ଚାଲିଯିବା ପରେ କମ୍ପାନୀର ପଇସା ଶେଷ ହୋଇଯାଇଛି ଓ ଧିରେ ଧିରେ କମ୍ପାନୀ ସମ୍ପୂର୍ଣ୍ଣ ବରବାଦ ହୋଇଯାଇଛି। ତେବେ ରବିନ୍ଦ୍ର କହିଛନ୍ତି ଆମେ କିନ୍ତୁ ଖୁବଶୀଘ୍ର  ଫେରିବୁ। 

କଣ ହୁଏ ଯେବେ କମ୍ପାନୀର ଭାଲ୍ୟୁଏସନ ‘ଶୁନ୍ୟ’ ହୋଇଯାଏ?
 କୌଣସି କମ୍ପାନୀର କରେକ୍ଟ ମାର୍କେଟ ଭାଲ୍ୟୁ ଅଥବା ଇଣ୍ଟରନାଲ ଭାଲ୍ୟୁ ଅନୁମାନ କରିବାର ପ୍ରକ୍ରିୟା ହିଁ କୌଣସି କମ୍ପାନୀର ଭାଲ୍ୟୁଏସନ ହୋଇଥାଏ। ମାର୍କେଟ ଭାଲ୍ୟୁ ସେହି ମୂଲ୍ୟ ଯାହା ଆଧାରରେ କୌଣସି କମ୍ପାନୀର ସେୟାରକୁ ବର୍ତ୍ତମାନ ବଜାରରେ ବିକ୍ରି ବା ଖରିଦ କରାଯାଏ। ଏଥିରେ ଇଣ୍ଟରନାଲ ଭାଲ୍ୟୁ ସେୟାରର ବାସ୍ତବିକ ମୂଲ୍ୟ ହୋଇଥାଏ। 

କାହିଁକି ‘ଶୁନ୍ୟ’ ହୁଏ କମ୍ପାନୀର ଭାଲ୍ୟୁଏସନ
 କୌଣସି କମ୍ପାନୀର ଭାଲ୍ୟୁଏସନ ସେତେବେଳେ ‘ଶୁନ୍ୟ’ ହୁଏ ଯେତେବେଳେ ତାର ଓପନ ଏଣ୍ଡେଡଫଣ୍ଡ ଦେବାର ଦାୟିତ୍ୱ ଥାଏ। ଫଳରେ ତାକୁ କ୍ରେତା ମିଳିବାର ସମ୍ଭାବନା ବହୁତ କମ ଥାଏ କିମ୍ବା ଆଦୌ ନଥାଏ। ଯଦି କୌଣସି କମ୍ପାନୀର ଆୟ ଧାର୍ଯ୍ୟ ନଥାଏ ତେବେ ଏହାର ଭାଲ୍ୟୁ ଶୁନ୍ୟ ବି ହୋଇପାରେ। ଏଥିରେ କମ୍ପାନୀର ସେୟାର କ୍ରୟ ପାଇଁ କେହି କ୍ରେତା ନଥାନ୍ତି। 

କିପରି ଧାର୍ଯ୍ୟ ହୁଓ କୌଣସି କମ୍ପାନୀର ଭାଲ୍ୟୁ
 ସାର୍ବଜନିକ କମ୍ପାନୀର ଭାଲ୍ୟୁ ବାହାର କରିବା ପାଇଁ ସବୁଠୁ ସାଧାରଣ ଉପାୟ ହେଉଛି ଏହାର ମାର୍କେଟ କ୍ୟାପିଟାଲାଇଜେସନ। ତେବେ କୌଣସି ଷ୍ଟାର୍ଟଅପର ଭାଲ୍ୟୁ ଜାଣିବା ପାଇଁ ନିକଟରେ ବିକ୍ରି ହୋଇଥିବା ସମାନ ଧରଣର ଅନ୍ୟ କମ୍ପାନୀରୁ ଆକଳନ କରାଯାଇଥାଏ ଓ ତୁଳନୀୟ ଲେନଦେନ ଆଧାରରେ ଭାଲ୍ୟୁଏସନ ହୋଇଥାଏ। ସେହିପରି ବିନା ଷ୍ଟାର୍ଟଅପ କମ୍ପାନୀଙ୍କ ଭାଲ୍ୟୁ ଜାଣିବା ପାଇଁ କାରବାରର ପୁଞ୍ଜି ଆଧାରରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। 

୨୨ ବିଲିୟନ ଡଲାରରୁ ଶୁନ ହେଲା କମ୍ପାନୀର ଭାଲ୍ୟୁ
 ବାୟଜୁ କହିଛନ୍ତି ନିବେଶକ ତାଙ୍କୁ ବସ୍ ରୁ ଖାଇକୁ ଧକ୍କା ଦେଇଛନ୍ତି। ଯଦି ସେ ଇସ୍ତଫା ନ ଦେଇ ପରିବର୍ତ୍ତନ ଅଥବା ପୁନର୍ଗଠନ ପାଇଁ ଭୋଟ ଯୋଜନା କରିଥାନ୍ତେ ତେବେ କମ୍ପାନୀର ଅବସ୍ଥା ଆଜି ଏପରି ହୋଇ ନଥାନ୍ତା। ଆଡଟେକ୍ କମ୍ପାନୀ ବାୟଜୁସର ଭାଲ୍ୟୁ ୨୦୨୨ ମସିହା ପର୍ଯ୍ୟନ୍ତ ୨୨ ବିଲିୟନ ଡଲାର ଥିଲା, ଯାହା ଏବେ ଶୂନ୍ୟ ହୋଇ ସାରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.