ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଏସ୍ସିବି ଯାଇ ଆହତଙ୍କୁ ଭେଟିବେ ମମତା
6/06/2023 at 7:47 AM

ଭୁବନେଶ୍ୱର ୦୬।୦୬ : ମଙ୍ଗଳବାର ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରୁ ବାହାରି ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ତେବେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧା ସେ ଏସସିବି ମେଡ଼ିକାଲକୁ ଯିବେ। ମମତା ହସ୍ପିଟାଲରେ ଆହତମାନଙ୍କର ଚିକିତ୍ସା ଦେଖିବା ସହିତ ସେମାନଙ୍କ ସହିତ କଥା ହେବେ। ସେଠାରୁ ଭୁବନେଶ୍ବର ଆସିବେ। ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଭେଟିବେ ମମତା। ନିଜ ଦାର୍ଜଲିଂ ଗସ୍ତ ବାତିଲ କରି ମମତା ଓଡ଼ିଶା ଗସ୍ତକୁ ଆସୁଛନ୍ତି।
ଦୁର୍ଘଟଣା ପରଦିନ ମମତା ବାହାନଗା ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିବଙ୍ଗର ଯାତ୍ରୀଙ୍କ ପରିବାର ଲୋକକୁ ଚାକିରୀ ଦେବା ଲାଗି ଘୋଷଣା କରିଛନ୍ତି ମମତା ବାନାର୍ଜୀ।