ଭୀଷଣ ଅବପାତର ରୂପ ନେଲା ଲଘୁଚାପ, ଆଜି ବାତ୍ୟାର ପରିଣତ ହେବ ! ଆସନ୍ତା ୨ ଓ ୩ରେ ଘନ କୁହୁଡି

Published By : Prameya-News7 Bureau | December 01, 2020 IST

ଭୁବନେଶ୍ୱର ୦୧/୧୨: ଏବେ ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ପାରଦ ଖସିବା ସହ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ବିଭିନ୍ନ ସହର । ସୋମବାର ସୋନପୁରରେ ପାରଦ ୯ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି ।

ଅନୁଗୁଳ ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୧୩.୨, ସୁନ୍ଦରଗଡ଼ ୧୫, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩  ଡିଗ୍ରୀ ସେଲସିୟସ ରହିଥିଲା। କିନ୍ତୁ  ଆଭ୍ୟନ୍ତରୀଣ ତୁଳନାରେ ଉପକୂଳ ଓଡ଼ିଶାରେ ଶୀତର ପ୍ରକୋପ କମ୍‌ ଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା କିଛିଦିନ ଯାଏଁ ଶୀତ ପ୍ରକୋପରେ ସେତେଟା ପରିବର୍ତ୍ତନ ହେବନାହିଁ । ସର୍ବନିମ୍ନ ତାପମାତ୍ରାରେ ୪-୫ ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ଏତତ୍ ବ୍ୟତୀତ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତ ଅବସ୍ଥାରେ ଅଛି । ସୋମବାର ରାତି ଭିତରେ ଏହା ଭୀଷଣ ଅବପାତ ରୂପ ନେଇଥିବା ବେଳେ ମଙ୍ଗଳବାର ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି । ଏହା ଶ୍ରୀଲଙ୍କା ଆଡ଼କୁ ମୁହାଁଇପାରେ । ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆସନ୍ତା ୨ ଓ ୩ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.