କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ: ମହାପଞ୍ଚାୟତ ପରେ କହିଲେ ରାକେଶ ଟିକାୟତ

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ: ଆସନ୍ତାକାଲି ହରିଆଣାରେ ଏକ ବୈଠକ ହେବ। ଏହି ବୈଠକରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୃଷକ ସଂଗଠନ ରାକେଶ ଟିକାୟତ କହିଛନ୍ତି। କୃଷକ ଓ ହରିଆଣା ଖାପ୍‌ ପଞ୍ଚାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଉଛନ୍ତି। ଆଗକୁ ଯାହା ନିଷ୍ପତ୍ତି ନିଆଯିବ ସେ ନେଇ ରଣନୀତି ତଆରି କରାଯିବ।

ରାକେଶ ଟିକାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଘୋଷଣା କରି କହିଛନ୍ତି ଯେ ଦରକାର ପଡ଼ିଲେ ଆମେ ରାଷ୍ଟ୍ରପତିଙ୍କ ପାଖକୁ ଯିବୁ। ଆମେ ଆପଣମାନଙ୍କ ସହ ଅଛୁ। ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ। ମୁଜାଫର ନଗର ଠାରେ ଆୟୋଜିକ ମହାପଞ୍ଚାୟତରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ରାକେଶ ଟିକାୟତ।

Rakesh Tikait | Khap Mahapanchayat | wrestlers protest

ରାକେଶ କହିଛନ୍ତି “ ଗଙ୍ଗାରେ ମେଡାଲ ଭସାଇ ନ ଦେଇ ନିଲାମ ଡାକିବାକୁ ମୁଁ ସେମାନଙ୍କୁ କହିଥିଲି। ଏପରି କଲେ ସାରା ବିଶ୍ୱ ତୁମକୁ ଏପରି ନ କରିବାକୁ କହିବ। ତୁମେ ପ୍ରଥମେ ବୁଝିବା ଦରକାର ଯେ କେନ୍ଦ୍ର ସରକାର କଣ କରୁଛନ୍ତି। ସେମାନେ ବିହାରରେ ଲାଲୁ ଯାଦବଙ୍କ ପରିବାରକୁ ଭାଙ୍ଗିଲେ। ସେମାନେ ମୁଲାୟମ ସିଂହ ଯାଦବଙ୍କ ପରିବାର ପ୍ରତି କଣ କଲେ। ରାଜସ୍ଥାନରେ ମଧ୍ୟ ସମାନ କାମ କରୁଛନ୍ତି।”

wp:heading {"level":4}

ପଢ଼ନ୍ତୁ- ବ୍ରିଟିଶଙ୍କୁ ଯେମିତି ବିଦା କଲେ ଏହି ସରକାରଙ୍କୁ ମଧ୍ୟ ସେମିତି ବିଦା କରିବେ ଲୋକେ: ମହାବୀର ସିଂହ ଫୋଗାଟ୍

/wp:heading

ସୋମବାର ଦିଲ୍ଲୀ ପୁଲିସ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସହ ଦୁର୍ବ୍ୟବହାର କରିବା ସହ ସେମାନଙ୍କ ଧାରଣା ସ୍ଥଳ ଉଚ୍ଛେଦ କରିଥିଲେ। ଏଥିରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହରିଦ୍ୱାର ଯାଇ ଅନ୍ତର୍ଜାତୀୟ କ୍ରୀଡ଼ାରେ ଜିତିଥିବା ମେଡାଲ ଭସାଇ ଦେବାକୁ ବାହାରିଥିଲେ। ହେଲେ ଭାରତୀୟ କୃଷକ ସଂଘର ମୁଖ୍ୟ ରାକେଶ ଟିକାୟତ ଓ ହରିଆଣାର ଖାପ ନେତାମାନେ ସେମାନଙ୍କୁ ଅନୁରୋଧ କରି ଏପରି ନ କରିବାକୁ ବୁଝାଇଥିଲେ।

Wrestlers won't be defeated; khap representative will meet the President,  says Rakesh Tikait at mahapanchayat - BusinessToday

ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଯୌନ ଶୋଷଣର ଅଭିଯୋଗ ଆଣି ଗତ ଜାନୁଆରୀ ମାସରୁ ଆନ୍ଦୋଳନ କରୁଛନ୍ତି ଭାରତର ପ୍ରମୁଖ କୁସ୍ତି ଯୋଦ୍ଧା। ବିନେଶ ଫୋଗାଟ, ଶାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ପ୍ରମୁଖ ଆନ୍ଦୋଳନ କରିବା ସହ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହେଲେ ବ୍ରିଜ ଭୂଷଣର ପ୍ରଭାବ ଏମିତି ଯେ କେନ୍ଦ୍ର ସରକାରଙ୍କର ନେତାମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ଘଟଣାରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି।   

{"width":835,"height":470}
Wrestlers' protest: Parties exercise caution over ramifications ahead of LS  polls | Deccan Herald

ଅନ୍ୟପଟେ ବ୍ରିଜ ଭୂଷଣ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯଦି ତାଙ୍କ ବିରୋଧରେ ଲାଗିଥିବା କୌଣସି ଅଭିଯୋଗ ପ୍ରମାଣିତ ହୋଇଯାଏ ତେବେ ସେ ଯେ କୌଣସି ଦଣ୍ଡ ଭୋଗିବାକୁ ରାଜି ବୋଲି ବ୍ରିଜଭୂଷଣ କହିଛନ୍ତି। ତେବେ ଗତକାଲି ଏ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ କେନ୍ଦ୍ର ସରକାର। ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କୁ ଚେତାବନୀ ଦେଇ କହିଥିଲେ ଯେ ପୁଲିସର ଶେଷ ତଦନ୍ତ ପର୍ଯ୍ୟନ୍ତ ଅପେକ୍ଷା କର।

wp:heading {"level":4}

ପଢ଼ନ୍ତୁ -ମଣିପୁର ହିଂସାକାଣ୍ଡ: ଉପଦ୍ରବକାରୀଙ୍କୁ ଅମିତ ଶାହଙ୍କ ଚରମ ଚେତାବନୀ

/wp:heading
India's protesting wrestlers postpone sinking medals in Ganges - BBC News

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଥିଲେ “ମୁଁ ଆଥଲେଟ୍‌ଙ୍କୁ କହିଲି ଯେ ଦିଲ୍ଲୀ ପୁଲିସ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ଦିଲ୍ଲୀ ପୁଲିସ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇବା ସହ ମାମଲା ମଧ୍ୟ ରୁଜୁ କରିଛି। ତଦନ୍ତ ନ ଶେଷ ହେବା ପର୍ଯ୍ୟନ୍ତ ଏମିତି କିଛି ନିଷ୍ପତ୍ତି ନିଅନ୍ତୁନି ଯେଉଁଥିରେ କ୍ରୀଡ଼ା ଓ ଖେଳାଳିମାନଙ୍କୁ ହାନୀ ପହଞ୍ଚାଇବ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.