ଭୁବନେଶ୍ବର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ; ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | December 22, 2018 IST

ଭୁବନେଶ୍ବର ୨୨|୧୨: ଅଧାବାଟରେ ବିମାନ ଯାତ୍ରୀଙ୍କ ମୃତ୍ୟୁ । କୋଲକାତାରୁ ବେଙ୍ଗାଲୁରୁ ଚିକିତ୍ସା ପାଇଁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜକୁମାର କର୍ମାକରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା । ଫଳରେ ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା । ୩୨ବର୍ଷୀୟ ରାଜକୁମାରଙ୍କୁ ତୁରନ୍ତ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାଜକୁମାରଙ୍କ ଘର ପଶ୍ଚିମବଙ୍ଗର ମାଲଦାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.