ବଲିଉଡରେ ପୁଣି ଶୋକର ଛାୟା,ନିର୍ମାତା, ପ୍ରଯୋଜକ ତଥା ଅମିତାଭଙ୍କ ସଚିବଙ୍କର ହେଲା ପରଲୋକ

Published By : Prameya-News7 Bureau | August 30, 2019 IST

ମୁମ୍ବାଇ୩୦|୮: ବଲିଉଡ ଜଗତରୁ ଗୋଟେ ପରେ ଗୋଟେ ଦୁଃଖଦ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଆପଣ ଜାଣିଥିବେ କିଛି ଦିନ ତଳେ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ବୀରୁ ଦେଗବନଙ୍କ ମୃତ୍ୟୁ ହୋଇଥିଲା।ହୃଦଘାତରେ  ତାଙ୍କର ମୃତ୍ୟୁ ହୋଇଥିଲା।ବୀରୁଙ୍କ ମୃତ୍ୟୁ ପରେ ଦୁର୍ଘଟଣାରେ ରାଜସ୍ଥାନୀ କଳାକାର କ୍ବିନ ହରିଶଙ୍କ ମୃତ୍ୟୁ ହୋଇଥିଲା।ଏବେ ବଲିଉଡରେ ପୁଣି ଦୁଃଖର ଛାୟା ଖେଳି ଯାଇଛି। ବଲିଉଡର ନାମିଦାମୀ ପ୍ରଯୋଜକ ଶୀତଲ ​‌ଜୈନଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ଶନିବାର ଦିନ ସକାଳ ସମୟରେ ଶୀତଲ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।ଶୀତଲଙ୍କ ମୁମ୍ବାଇସ୍ଥିତ ବାସ ଭବନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ତାଙ୍କର ଅନ୍ତିମ ସଂସ୍କାର ସମୟରେ ବଲିଉଡର ବରିଷ୍ଠ କଳାକାର ସେଠାରେ ଉପସ୍ଥିତ ଥିଲେ। ବଲିଉଡର ବହୁ ଅଭିନେତା ଓ ଅଭିନେତ୍ରୀ ଶୀତଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

{"id":151086}

ଅମିତାଭ ବଚ୍ଚନଙ୍କ ସେକ୍ରେଟାରୀ ଭାବେ ଶୀତଲ ଜୈନ ଦୀର୍ଘ ୩୬ ବର୍ଷ କାମ କରିଥିଲେ।ଅମିତାଭ ବଚ୍ଚନଙ୍କୁ ନେଇ ସେ ମଧ୍ୟ ଫିଲ୍ମ ତିଆରି କରିଥିଲେ। ‘ଚୋଟେ ମିଆଁ ବଡେ ମିଆଁ’ ଭଳି ସୁପର ହିଟ ଫିଲ୍ମରେ ସେ ପ୍ରଯୋଜକ ଭାବେ ସେ କାମ କରିଛନ୍ତି।ଡେବିଡ୍‌ ଧାଓ୍ବାନ ଏହି ଫିଲ୍ମରେ ନିର୍ଦେଶନା ଦେଇଥିଲେ। ସୁପରଷ୍ଟାରଗୋବିନ୍ଦାଙ୍କୁ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମରେ ଲଭ, ରୋମାନ୍ସ ଓ କମେଡି ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.