ପୋଲିସ କବ୍‌ଜାରେ ଦୁଇ ଚୋର, ୪ଟି ପାଣି ମଟର ଜବତ

Published By : Prameya-News7 Bureau | July 02, 2022 IST

ବାଲିପାଟଣା ୨।୭: ବାଲିପାଟଣା ପୋଲିସ କବ୍ଜାରେ ଦୁଇ ମଟର ଚୋର । ଗିରଫ ଦୁଇ ଚୋର ହେଉଛନ୍ତି ଖଜୁରିଆପଡ଼ା ଗ୍ରାମର ଦିପୁନା ଭୋଇ ଏବଂ ଭଗବତପଡା ଗ୍ରାମର ବୃନ୍ଦାବନ ଭୋଇ ।  ପୋଲିସ ୨ ଚୋର ନିକଟରୁ ୪ଟି ପାଣି ମଟର ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଖଜୁରିଆପଡ଼ା ଗ୍ରାମ ଏବଂ ଏହାର ଆଖପାଖ ଗ୍ରାମରୁ ବାରମ୍ବାର ମଟର ଚୋରି ହେଉଥିଲା । ପୋଲିସରେ ଅଭିଯୋଗ ପରେ ଏହି ୨ ଜଣିଆ ମଟର ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଲିସ ତତ୍ପର ହୋଇଥିଲା । ତେବେ ୨ ଚୋର ଭଗବତପଡା ଗ୍ରାମରୁ ପାଣି ମଟର ଚୋରି ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପଚରା ଉଚରା ପରେ ୨ ଚୋରଙ୍କ ନିକଟରୁ ୪ଟି ପାଣି ମଟର ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.