ଫୁଲୁଛି କୁଆଖାଇ-ଭାର୍ଗବୀ-କୁଶଭଦ୍ରା, ଧନୁଆରେ ବନ୍ୟା ସ୍ଥିତି : ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ ଆଶଙ୍କା

Published By : Prameya-News7 Bureau | August 15, 2022 IST

ବାଲିପାଟଣା ୧୫।୮: ରାଜଧାନୀ ଉପକଣ୍ଠର ସମସ୍ତ ନଦୀରେ ବନ୍ୟା ଜଳ ପ୍ରଭାବିତ ହେବା ସହ ନଦୀ ଜଳସ୍ତର ଫୁଲିବାରେ ଲାଗିଛି ।
ବାଲିଅନ୍ତାରେ ପ୍ରବାହିତ କୁଆଖାଇ ନଦୀ, ବାଲିଅନ୍ତା-ବାଲିପାଟଣାରେ ପ୍ରବାହିତ ଭାର୍ଗବୀ, ବାଲିପାଟଣାରେ ପ୍ରବାହିତ କୁଶଭଦ୍ରା ନଦୀ ବେଳକୁ ବେଳ ଫୁଲିବାରେ ଲାଗିଛି ।

{"id":671290,"sizeSlug":"full","linkDestination":"none"}

ବାଲିପାଟଣା ଅଚ୍ୟୁତପୁର କାଜରେ ଭାର୍ଗବୀ ନଦୀ ଜଳ ନିଷ୍କାସନ ହେବା ଯୋଗୁଁ ଧନୁଆରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଧନୁଆରେ ବନ୍ୟା ଯୋଗୁଁ ବାଲିପାଟଣା ବ୍ଲକ୍‌ର ୫ଟି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହେବା ନେଇ ଆଶଙ୍କା ଦେଖାଦେଇଛି । ଲୋକମାନେ ଜଳବନ୍ଦୀ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

{"id":671291,"width":840,"height":462,"sizeSlug":"full","linkDestination":"none"}

ରାଜସ ଗ୍ରାମପଞ୍ଚାୟତ ଏବଂ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ପନିପରିବା ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଧନୁଆରେ ଆଡିବନ୍ଧ ନଥିବାରୁ ପ୍ରତିବର୍ଷ ଏହିଭଳି ପରିସ୍ଥିତିର ସାମ୍ନା କରୁଥିବା ଲୋକେ ଅଭିଯୋଗ ଆଣିଛନ୍ତି ।

{"id":671292,"sizeSlug":"full","linkDestination":"none"}

ନଦୀ ବଢି ଦେଖିବା ପାଇଁ ଅଚ୍ୟୁତପୁର କାଜ ବ୍ରିଜରେ ଦେଖଣାହାରୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.