ଲଗାଣ ବର୍ଷା ଯୋଗୁଁ ଫୁଲୁଛି କୋଏଲ ଓ ଶଙ୍ଖ ନଦୀ, ବାଲୁଘାଟ ଅଞ୍ଚଳରେ ପଶିଲା ପାଣି

Published By : Prameya-News7 Bureau | June 20, 2025 IST

ରାଉରକେଲା ୨୦।୬: ରାଉରକେଲାରେ ୪ଦିନ ହେଲା ଲଗାତାର ଭାବରେ ବର୍ଷା ଲାଗି ରହିଛି । ଫୁଲୁଛି କୋଏଲ ନଦୀ ସହ ଶଙ୍ଖ ନଦୀ । ଫଳରେ ବ୍ରାହ୍ମଣୀ ନଦୀରେ ବଢୁଛି ପାଣି । 

ସେପଟେ ଉପର ମୁଣ୍ଡ ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉନଥିବାରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରୁଛି । ଆଉ ରାଉରକେଲାର ତଳିଆ ଅଞ୍ଚଳ ବ୍ରାହ୍ମଣୀ ନଦୀ ଅବବାହିକା ବାଲୁଘାଟରେ ପଶିଛି ବ୍ରାହ୍ମଣୀ ନଦୀ ପାଣି । ଯାହା ଫଳରେ ନୂଆବସ୍ତି, ପଲପଲ୍ ବସ୍ତି, ସର୍ଦ୍ଦାର ବସ୍ତିର ୧୨ଟି ଘର ଜଳବନ୍ଦୀ ଅବସ୍ଥାରେ ରହିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । 

ପ୍ରତ୍ୟେକ ବର୍ଷ ବର୍ଷାରେ ବାଲିଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ପାଣି ପଶି ଲୋକେ ଜଳବନ୍ଦୀ ହେଉଛନ୍ତି । ହେଲେ ପ୍ରଶାସନ ସ୍ଥାୟୀ ପ୍ରତିକାର କରୁନାହିଁ । ଯାହା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।

You Can Read:

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.