ଭୁବନେଶ୍ୱରରେ ୱେଲ୍ସ ଟିମ, ପ୍ରଥମ ଥର ବିଶ୍ୱ କପ ଖେଳିବାକୁ ନେଇ ଉତ୍ସାହିତ ଦଳ

Published By : Prameya-News7 Bureau | January 07, 2023 IST

ଭୁବନେଶ୍ୱର: ହକି ବିଶ୍ୱ କପ ପାଇଁ ଭୁବନେଶ୍ୱରରେ ପହଁଚିଲେ ୱେଲ୍ସ ଟିମ । କଡା ସୁରକ୍ଷା ବଳୟରେ ୱେଲକମ ହୋଟେଲକୁ ନେଇଛି କମିଶନରେଟ ପୋଲିସ । ପ୍ରଥମ ଥର ପାଇଁ ବିଶ୍ୱ କପ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ଦଳ ବେଶ ଉତ୍ସାହିତ ଅଛନ୍ତି ।

{"id":730260,"sizeSlug":"full","linkDestination":"none"}

ଟିମ ୱେଲ୍ସରେ ଭଲ ତଥା ଅଭିଜ୍ଞ ଖେଳାଳି ଅଛନ୍ତି । ଭଲ ପ୍ରଦର୍ଶନ କରିବା ନେଇ କୋଚ୍ ଏବଂ ଅଧିନାୟକ ଦଳ ଉପରେ ଭରଷା ରଖିଛନ୍ତି । ଗ୍ରୁପ ଡି’ରେ ଭାରତ ଇଂଲଣ୍ଡ ଓ ସ୍ପେନ ସହ ଖେଳିବ ୱେଲ୍ସ । ରାଉରକେଲାରେ ୱେଲ୍ସ ୨ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ଜାନୁଆରୀ ୧୯ରେ କଳିଙ୍ଗ ଷ୍ଟାଡିଅମରେ ଭାରତକୁ ଭେଟିବ । ପ୍ରଥମ ଥର ପାଇଁ ଦଳ ବିଶ୍ୱ କପ ଖେଳିବ । ତେଣୁ ମ୍ୟାଚ୍, ପିଚ୍ ଏବଂ ଦର୍ଶକକୁ ନେଇ ଦଳ ଉତ୍ସାହିତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.