ପୁଟିନଙ୍କ ଉପରେ ଆତ୍ମଘାତୀ ହମଲା, କାର୍ ନିକଟରେ ଭୟଙ୍କର ବିସ୍ଫୋରଣ

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ ୧୫/୦୯: ଜାରି ରହିଛି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏହାରି ଭିତରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଯୁଦ୍ଧ ମଧ୍ୟରେ ଅନେକ ବଡ ଦାବି କରାଯାଉଛି । କିନ୍ତୁ ସେପଟେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଆହୁରି ଏକ ଦାବି କରାଯାଇଛି । ଯହା ଶୁଣିଲେ ହୁଏତ ତାଜୁବ ଲାଗିପାରେ ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା କୁହାଯାଇଛି । ଦୃଢତାର ସହ ଏନେଇ ଦାବି କରାଯାଉଛି । ଦାବି କରାଯାଇଛି ଯେ ତାଙ୍କ କାର ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା । ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ । କାରଣ ମୃତ୍ୟୁଠାରୁ ବର୍ତ୍ତିଯାଇଥିଲେ ପୁଟିନ୍ । ତେବେ ଏହା ଆନୁଷ୍ଠାନିକ ଭାବେ ଏହା ନିଶ୍ଚିତ କରାଯାଇନି ।

ସୂଚନା ଥାଉକି, ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଭ୍ଲାଦିମିର ପୁଟିନଙ୍କ ଲିମୋଜାଇନ୍ କାର ନିକଟରେ ବିସ୍ଫୋରଣ କରାଯାଇଥିଲା । ଆଉ କୁହାଯାଇଥିଲା କି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ଏକ 'ପ୍ରବଳ ବିସ୍ଫୋରଣ' ହୋଇଥିଲା । ପରେ ସେଠାରେ ପ୍ରବଳ ଧୂଆଁ ବାହାରିଥିଲା । ତେବେ ଏହା କେତେବେଳେ ଓ କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇନି । ତେବେ ଏହି ଘଟଣାରେ ପୁଟିନଙ୍କର କୌଣସି କ୍ଷତି ହୋଇ ନାହିଁ । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ କୌଣସି ସ୍ଥାନରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.