ମୁମ୍ବାଇ ୨୩/୫: ବିବେକ ଓବରୟଙ୍କୁ ବୁଧବାର ନକ୍ସଲଙ୍କ ତରଫରୁ ଜୀବନରେ ମାରିଦେବାକୁ ଧମକ ମିଳିଛି । ଏହା ପରଠୁ ଅଭିନେତା ବିବେକ ଓବରୟଙ୍କୁ ମୁମ୍ବାଇ ପୁଲିସ୍ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପାଇଁ ବିବେକଙ୍କୁ ନକ୍ସଲମାନେ ଧମକ ଦେଇଛନ୍ତି।
{"id":115010,"width":596,"height":334}ବିବେକ ଓବରୟଙ୍କ ମୁଖପାତ୍ର ଏହା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ତରଫରୁ ବିବେକଙ୍କୁ ଜୀବନରେ ମାରିଦେବାକୁ ଧମକର ସୂଚନା ମିଳିଛି। ଏହାପରଠୁ ଇଣ୍ଟେଲିଜେନ୍ସ ଏବଂ ମୁମ୍ବାଇ ପୋଲିସ୍ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିଛି।
{"id":115013,"width":594,"height":400}ଏହା ବ୍ୟତୀତ ବିବେକ ଓବରୟ ,ଏଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ବିବାଦୀୟ ମିମ ଦେଇ ଚର୍ଚ୍ଚାରେ ଅଛନ୍ତି ଯାହା ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ।
{"id":115017,"width":595,"height":446}