ଭୟଙ୍କର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲା କ୍ରିକେଟ୍ ଜଗତ, କୋହଲିଙ୍କ ଠାରୁ ଯୁବରାଜ ଯାଏ କଲେ ଟ୍ଵିଟ୍
3/06/2023 at 1:44 PM

ମୁମ୍ଵାଇ ୦୩।୦୬: ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ,ରାଜନେତା, କ୍ରୀଡ଼ାବିତ୍, ବଲିଉଡ ସେଲିବ୍ରିଟିମାନେ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ସମସ୍ତେ ଶୋକ ପ୍ରକାଶ କରିଥିଲେ ।
ଯଦି ଆମେ କ୍ରିକେଟ୍ ଜଗତ ବିଷୟରେ କଥା ହେବା। ତେବେ ବିରାଟ କୋହଲିଙ୍କ ଠାରୁ ଭିଭିଏସ୍ ଲକ୍ଷ୍ମଣ ପର୍ଯ୍ୟନ୍ତ ସମସ୍ତେ ଏହି ଭୟଙ୍କର ଘଟଣା ଉପରେ ଟ୍ୱିଟ୍ କରି ମୃତ ଓ ଆହତମାନଙ୍କୁ ସମବେଦନା ଜଣାଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ଖେଳିବା ପାଇଁ ଟିମ୍ ଇଣ୍ଡିଆ ବର୍ତ୍ତମାନ ଲଣ୍ଡନରେ ଉପସ୍ଥିତ ଅଛନ୍ତି।
Saddened to hear about the tragic train accident in Odisha. My thoughts and prayers go out to the families who lost their loved ones and wishing a speedy recovery to the injured.
— Virat Kohli (@imVkohli) June 3, 2023
କିନ୍ତୁ ଏହି ଭୟଙ୍କର ଦୁର୍ଘଟଣା ଦେଖି ଷ୍ଟାର ଖେଳାଳି ବିରାଟ କୋହଲି ନିଜକୁ ଅଟକାଇ ପାରିଲେ ନାହିଁ। ସେ ଟ୍ୱିଟରରେ ଲେଖିଛନ୍ତି, ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ବିଷୟରେ ଶୁଣି ବହୁତ ଦୁଃଖିତ। ସମସ୍ତ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।
Extremely disheartening to learn about this very unfortunate accident in Odisha.
— VVS Laxman (@VVSLaxman281) June 3, 2023
I pray for speedy recovery of the injured and offer my sincere condolences to those who have lost their loved ones. https://t.co/zVOr4EqZCD
ବିରାଟ କୋହଲିଙ୍କ ବ୍ୟତୀତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ସମବେଦନା ଜଣାଇଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏବଂ ହରଭଜନ ସିଂ ମଧ୍ୟ ସମବେଦନା ଜଣାଇଛନ୍ତି।
I offer my deepest condolences to the families of all those who lost their life in the #Odisha train mishap 🙏🏻 my prayers for the quick recovery of the injured #CoromandelExpress
— Yuvraj Singh (@YUVSTRONG12) June 2, 2023
ଏହି ସମୟରେ ଆକାଶ ଚୋପ୍ରା ଏହି ଯନ୍ତ୍ରଣାଦାୟକ ଘଟଣାର ଫଟୋ ସହିତ ନିଜର ଦୁଃଖ ପ୍ରକାଶ କରିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ଉପରେ ଟ୍ୱିଟ୍ କରି କ୍ରିକେଟର-ସାଂସଦ ଗୌତମ ଗମ୍ଭୀର ମଧ୍ୟ ସମବେଦନା ଜଣାଇଛନ୍ତି।
Pained to know about railway accident in Odisha involving Coromandel express and another passenger train. Thoughts and prayers are with the families of those who lost their near and dear ones. Appeal @RailMinIndia & Govt. of Odisha to rescue the passengers at the earliest.
— Harbhajan Turbanator (@harbhajan_singh) June 2, 2023
You Can Read :