ବିଶ୍ବକପ୍ ପରେ ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ କୋହଲି, ନିଜେ ଟ୍ବିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯ : କ୍ୟାପ୍‌ଟେନ୍‌ ପଦ ଛାଡିବେ କୋହଲି । ଭାରତୀୟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ କୋହଲି । ଭାରତୀୟ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ସବୁଠାରୁ ବଡ ଖବର । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଏ ନେଇ ନିଜେ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

କେବଳ ଟ୍ବେଣ୍ଟି ଟ୍ବେଣ୍ଟି ପଦ ଛାଡିବେ କୋହଲି । ପୂର୍ବପରି ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦ ଜାରି ରଖିବେ । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କୋହଲି ।

ଟ୍ବିଟ୍‌ କରି କୋହଲି କହିଛନ୍ତି, ‘ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି ।  ଏହା ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଉଛି । ଅଧିନାୟକ ପଦ​‌ରେ ଥିବା ବେଳେ ଟିମ ପାଇଁ ଅନେକ କିଛି କରିବାକୁ ଚେଷ୍ଟା କରିଛି । ଅତିରିକ୍ତ ଚାପକୁ ଦୃଷ୍ଟିରେ ରଖି ୨୦୨୧ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଟି-୨୦ ଫର୍ମାଟ୍‌ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳକୁ ସହଯୋଗ ଜାରି ରଖିବି ।’

ଟେଷ୍ଟ ଏବଂ ଦିନିକିଆରେ ଫୋକସ୍‌ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କୋହଲି । ସେ ଆହୁରି ମଧ୍ୟ କହିଛନ୍ତି, ‘ ଗତ ୮-୯ ବର୍ଷ ଧରି ଚାପରେ ରହି କ୍ରିକେଟ ଖେଳିବା ସହିତ ଲଗାତାର ଗତ ୫-୬ ବର୍ଷ ୩ଟି ଯାକ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲି । ତେଣୁ ଏବେ ନିଜକୁ ହାଲ୍‌କା କରିବାକୁ ଚାହୁଁଛି । କିନ୍ତୁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇବା ପାଇଁ ପୁରାପୁରି ଭାବେ ପ୍ରସ୍ତୁତ ଅଛି ।’

wp:embed {"url":"https://twitter.com/imVkohli/status/1438478585518456832","type":"rich","providerNameSlug":"twitter","responsive":true}
https://twitter.com/imVkohli/status/1438478585518456832
/wp:embed

ସୂଚନାଯୋଗ୍ୟ, ୨୦୧୭ ମସିହାରୁ ଉଭୟ ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ବ ତୁଲାଉଥିଲେ ବିରାଟ କୋହଲି । ତାଙ୍କ ଅଧିନାୟକତ୍ବରେ ଭାରତ ଦମଦାର ପ୍ରଦର୍ଶନ ମଧ୍ୟ କରିଛି । କୋହଲିଙ୍କ ନେତୃତ୍ବରେ ଭାରତ ମୋଟ ୪୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୨୭ଟିରେ ବିଜୟ ଏବଂ ୧୪ଟିରେ ପରାଜିତ ହୋଇଛି । ସେହିଭଳି ୨ଟି ଟାଇ ଏବଂ ୨ଟି ମ୍ୟାଚ୍‌ର ଫଳାଫଳ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.