ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବିରାଟ କୋହଲିଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ୮ଟି ସ୍ଥାନ ଉପରକୁ ଉଠିଲେ

15/03/2023 at 4:08 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ବେଶ ଉପକୃତ ହୋଇଛନ୍ତି। କେବେ ଶୀର୍ଷରେ ରହୁଥିବା ଏବଂ ଟପ୍-୩ରେ ରାଜ କରୁଥିବା କୋହଲି ଖରାପ ଫର୍ମ ଯୋଗୁଁ ସମୟକ୍ରମେ ଟପ୍-୨୦ରୁ ବାଦ୍ ପଡିଥିଲେ। ଟେଷ୍ଟ କ୍ରିକେଟ୍‌ରେ ସେ ଏମିତି ଦୟନୀୟ ପ୍ରଦର୍ଶନ କରିଥିଲେ ଯେ, ଶୀର୍ଷ ୨୦ ବ୍ୟାଟରଙ୍କ ମଧ୍ୟରେ ରହି ପାରିନଥିଲେ।

ତେବେ ବିରାଟ କୋହଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି। ଏହାରି ବଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଆଠଟି ସ୍ଥାନ ଉନ୍ନତି ଘଟାଇଛନ୍ତି ଏହି ପୂର୍ବତନ ଭାରତୀୟ ଅଧିନାୟକ।୨୧ ନମ୍ବର ସ୍ଥାନରେ ଥିବା କୋହଲି ବର୍ତ୍ତମାନ ମାନ୍ୟତାରେ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ସଦ୍ୟ ସମାପ୍ତ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚ୍‌ରେ ମଧ୍ୟ ସେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ମାତ୍ର ଶେଷ ଟେଷ୍ଟରେ ୧୮୬ ରନର ଚମତ୍କାର ଇନିଂସ ଖେଳିଥିଲେ।

ଡାହାଣହାତୀ ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୩୬୪ ବଲ୍‌ରେ ୧୫ ଚୌକା ଜରିଆରେ ୧୮୬ ରନ କରିଥିଲେ। ଏହି ପାଳି ଯୋଗୁଁ ତାଙ୍କୁ ଚତୁର୍ଥ ଟେଷ୍ଟରେ ପ୍ଲେୟାର ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ମିଳିଥିଲା। ବିରାଟଙ୍କ ବ୍ୟାଟରୁ ଶେଷ ଟେଷ୍ଟ ଶତକ ୨୦୧୯ରେ ଆସିଥିଲା। ହେଲେ ଗତ ୬-୭ ମାସରେ ସେ ତିନି ଫର୍ମାଟ୍‌ରେ ଶତକ ଅର୍ଜନ କରି ଶତକ ମରୁଡିର ଅନ୍ତ ଘଟାଇଛନ୍ତି। ରୋହିତ ଶର୍ମା ମାନ୍ୟତାରେ ଦଶମ ସ୍ଥାନରେ ରହିଥିବା ବେଳେ ଋଷଭ ପନ୍ତ ନବମରେ ଅଛନ୍ତି।

ବର୍ତ୍ତମାନ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ମାର୍ନସ ଲାବୁସେନ ଶୀର୍ଷରେ ରହିଥିବା ବେଳେ ଷ୍ଟିଭ୍ ସ୍ମିଥ୍‌ ଦ୍ଵିତୀୟରେ ଏବଂ ଜୋ ରୁଟ୍ ତୃତୀୟରେ ଅଛନ୍ତି। ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଜେମ୍ସ ଆଣ୍ଡରସନ ଦ୍ଵିତୀୟ ଏବଂ ପାଟ୍ କମିନ୍ସ ତୃତୀୟରେ ଅଛନ୍ତି। ଅଲରାଉଣ୍ଡର୍ସ  ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆର ଅଶ୍ଵିନ ଦ୍ଵିତୀୟ ଏବଂ ସାକିବ୍ ଅଲ  ହସନ ତୃତୀୟ ସ୍ଥାନରେ ଅଛନ୍ତି।

   Related Posts