ଟେଷ୍ଟ କ୍ୟାରିୟରରେ ୯ ହଜାର ରନ୍ ପୂରଣ କରି ରେକର୍ଡ କଲେ ବିରାଟ

Published By : Prameya-News7 Bureau | October 18, 2024 IST

internet

ନୂଆଦିଲ୍ଲୀ: ଟେଷ୍ଟ କ୍ୟାରିୟରରେ ୯ ହଜାର ରନ୍ ପୂରଣ କରି ରେକର୍ଡ କଲେ ବିରାଟ କୋହଲି। ବେଙ୍ଗାଲୁରୁରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବିରାଟ ଏହି ରେକର୍ଡ କରିଛନ୍ତି। ଟିମ୍ ଇଣ୍ଡିଆର ପ୍ରଥମ ଇନିଂସରେ ବିରାଟ ଶୂନ୍ୟରେ ଆଉଟ୍ ହୋଇଥିଲେ। କିନ୍ତୁ ସେ ଦ୍ୱିତୀୟ ଇନିଂସରେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଅର୍ଦ୍ଧଶତକ ସହିତ କୋହଲି ଟେଷ୍ଟ କ୍ୟାରିୟରରେ ୯ ହଜାର ରନ୍ ପୂରା କରିବାର ରେକର୍ଡ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। କୋହଲିଙ୍କ ସହ ସରଫରାଜ ଖାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ କରିବାରେ କୋହଲି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଏହି ଫର୍ମାଟରେ ସଚିନ ତେନ୍ଦୁଲକର ସର୍ବାଧିକ ୧୫୯୨୧ ରନ୍ କରି ଟପରେ ରହିଛନ୍ତି। ଏଥିରେ ସେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ରାହୁଲ ଦ୍ରାବିଡ। ସେ ୧୩୨୬୫ ରନ୍ କରିଛନ୍ତି। ଲେହିପରି ସୁନୀଲ ଗାଭାସ୍କର ୧୦୧୨ ରନ୍ କରିଛନ୍ତି ତୃତୀୟ ସ୍ଥାନରେ ରହିଛନ୍ତି। ଏବେ ଏହି ତାଲିକାରେ କୋହଲିଙ୍କ ନାଁ ଯୋଡି ହୋଇଯାଇଛି। ସେ ୯ ହଜାର ରନ୍ କରି  ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.