ଯାଜପୁର ସାରୋଇ ଗାଁର ଦୀପକ ଦଳେଇଙ୍କର ମୃତଦେହ ଉଦ୍ଧାର ଘଟଣା ; ହତ୍ୟା ସନ୍ଦେହରେ ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
6/10/2018 at 10:45 AM

ଯାଜପୁର ୬|୧୦: ଯାଜପୁର ଜିଲ୍ଲା ଦଳଗାଁ ନିକଟରେ ଦୈତାରୀ-ପାରାଦ୍ବୀପ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟଲୋକ। ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ ।
ସୂଚନା ଅନୁସାରେ ଗତ ୩ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ସାରୋଇ ଗାଁର ଦୀପକ ଦଳେଇଙ୍କର ମୃତଦେହ ପାଣିକୋଇଲି ରାସ୍ତା ଉପରୁ ମିଳିଥିଲା । ପୋଲିସ ମୃତଦେହ ଜବତ କରିବା ଶବ ବ୍ୟବଚ୍ଛେଦ କରି ଗତ ରାତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ଦୀପକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଜି ସକାଳୁ ସ୍ଥାନୀୟ ଲୋକେ ଦଳଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023