ଶିକ୍ଷକ ବଦଳି ବନ୍ଦ ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | July 29, 2025 IST

ଆଠଗଡ଼ ୨୯।୭: ଶିକ୍ଷକ ବଦଳି ବନ୍ଦ ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ଗ୍ରାମବାସୀ ମାନେ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପ୍ରାଥମିକ ଶିକ୍ଷକଙ୍କ ବଦଳିକୁ ନେଇ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ନରସିଂହପୁର ବ୍ଲକର ୨୪ ଜଣ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଆସିବା ପରେ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗ୍ରାମବାସୀ ମାନେ ଆସି ଶିକ୍ଷକ ବଦଳି ବାତିଲ କରିବା ପାଇଁ ଦାବି କରିଛନ୍ତି । ବଦଳି ବାତିଲ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଲେମ୍ବୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କିଛି ମାସ ପୂର୍ବରୁ ଚାକିରିରୁ ଅବସର ନେଇଥିଲେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ୮ଟି ଶ୍ରେଣୀ ସହିତ ଶିଶୁ ବାଟିକା  ମଧ୍ୟ ରହିଛି । ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଥିଲେ । କିନ୍ତୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରକାଶ ସାମଲଙ୍କୁ କଂସେଇଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା । ସେହି ବିଦ୍ୟାଳୟର ଶିକ୍ଷକ ହିମାଂଶୁ ଶେଖର ପଣ୍ଡାଙ୍କୁ ଦେବଭୂମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । ସମ୍ପୃକ୍ତ ଶିକ୍ଷକଙ୍କ ତୁରନ୍ତ ବଦଳି ବାତିଲ ଦାବିରେ ଦାବିପତ୍ର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ବଦଳି ବାତିଲ ନହେଲେ ଆନ୍ଦୋଳନ ଲୋକେ ଚେତାବନୀ ଦେଇଛନ୍ତି ।

You Can Read:

ତିର୍ତ୍ତୋଲ ସାରଳା ସୂତାକଳ ସ୍ଥାନରେ ଗଢି ଉଠିବ ଟେକ୍ସଟାଇଲ୍‌ ପାର୍କ, ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.