scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭିଜିଲାନ୍ସ ହାବୁଡରେ ସୁକିନ୍ଦା ଥାନା SI, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

6/07/2023 at 3:13 PM

SI Nirmal Ku senapati

ଯାଜପୁର ରୋଡ୍ ୬।୭: ଭିଜିଲାନ୍ସ ଜାଲରେ ଥାନା ଏସଆଇ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏସ୍‌ଆଇ ଜଣଙ୍କ ଏକ ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସ ସେହି ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନିର୍ମଳଙ୍କୁ ଥାନାରୁ ଉଠାଇ ନେଲା କଟକ ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ ଯେ, ଗତ ୨ ଦିନ ପୂର୍ବେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ସେହି ହାଇୱା ଜବତ ଘଟଣାରେ ବୁଧବାର ସୁକିନ୍ଦା ପୋଲିସ କେସ୍ ନଂ ୧୨୪/୨୩ରେ ଏକ ମାମଲା ରୁଜ୍ଜୁ କରି ବାଲିଗାଡି ଚାଳକ ଯଖପୁରା ଥାନା ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ବାଲି ବୋଝେଇ ଗାଡ଼ିଟିକୁ ଥାନାରୁ ଖଲାସ କରିବା ବାବଦକୁ ନିର୍ମଳ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଗୁରୁବାର ସମ୍ପୃକ୍ତ ଗାଡ଼ି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରି ୧୦ ହଜାର ଟଙ୍କା ହାତାହାତି ଜବତ କରାଯାଇଛି । ଏଥିସହିତ ଭିଜିଲାନ୍ସ ଟିମ୍ ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତିଙ୍କୁ ଥାନାରୁ ନେଇଯିବା ସହ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳିଛି ।

You Can Read :

   Related Posts