'୨ ହଜାର ଟଙ୍କା ଦେ, ନହେଲେ ୧୦ ହଜାର ଟଙ୍କା ଦବୁ': ବଟି ମାଗିଲେ ପୋଲିସ୍ ଏସ୍ଆଇ, ଭିଡିଓ ଭାଇରାଲ

Published By : Prameya-News7 Bureau | August 17, 2020 IST

ଯାଜପୁର୧୭/୮:  ବଟି ଆଦାୟକୁ ନେଇ ଚର୍ଚ୍ଚାରେ ଟମକା ପୋଲିସ୍। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ହରଡଘଣାରେ ଏସ୍‌ଆଇ। ଗାଡ଼ି ଡ୍ରାଇଭରଙ୍କୁ ୨ ହଜାର ଟଙ୍କା ବଟି ମାଗିବା ସମୟର ଭିଡିଓ ଭାଇରାଲ ହେବା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଟମ୍‌କା ପୁଲିସ୍‌ର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

wp:html /wp:html

ଟ୍ରାଫିକ ନିୟନ୍ତ୍ରଣ ଏବଂ କରୋନା କଟକଣା ଆଳରେ ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜ୍ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ୨ହଜାର ଟଙ୍କା ବଟି ମାଗିବା ଘଟଣା ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଏସ୍‌ଆଇ ଜଣକ କହୁଛନ୍ତି, ୨ ହଜାର ଟଙ୍କା ନ ଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାତ୍ର ଟ୍ରକ ଡ୍ରାଇଭର ନେହୁରା ହୋଇ ତାର ମା’ ମରିଯାଇଛି, ସେ କିଛି ଖାଇ ନାହିଁ ବୋଲି କହୁଛନ୍ତି। ଏଥିସହ ବାଧ୍ୟ ହୋଇ କିଛି ଟଙ୍କା ଏସ୍‌ଆଇଙ୍କୁ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

 ଏସ୍ଆଇ ସୁରଜ କହୁଛନ୍ତି ତୋର ମା’ ମରିଗଲା କ’ଣ ହେଲ‌ା ବୋଲି କହୁଥିବା ଭିଡିଓରେ ରହିଛି। ଏପରି କି, ଏସ୍‌ଆଇ ଜଣକ ସିଭିଲ ପୋଷାକରେ ପୁଲିସ ଗାଡ଼ିରେ ହାପ୍‌ପ୍ୟାଣ୍ଟ ପିନ୍ଧି ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ଏଭଳି ଅବସ୍ଥାରେ ଟ୍ରକ ଡ୍ରାଇଭର ସହିତ ମୂଲଚାଲ କରିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି।ଏ ଘଟଣାର ଭିଡିଓ ଭାଇରାଲା ହେବା ପରେ ତଦନ୍ତ ପାଇଁ ଏସ୍‌ପି ଚରଣସିଂ ମୀନା ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କୁ ଦାୟିତ୍ବ ଦେଇଥିବା ଜଣାପଡ଼ିଛି। ତେବେ, ଥାନା ଅଧିକାରୀ ନିଜେ ସୁରଜଙ୍କୁ ପଠାଇଥିବା କହିଥିବାବେଳେ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.