ସମ୍ବଲପୁର ୧୮।୭: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ପରେ ଆଡଭାଇଜରି ଜାରି କଲେ କୁଳପତି । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି ।
କାର୍ଯ୍ୟକ୍ଷେତ୍ରରେ ପ୍ରଫେସନାଲ ଭାଲ୍ୟୁ, ମୋରାଲ ଭାଲ୍ୟୁ ପାଳନ କରିବା ପାଇଁ ଆଡଭାଇଜରି ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଜର ପୁଅ-ଝିଅ ତଥା ଭାଇ-ଭଉଣୀ ଭଳି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ଯଦି ଛାତ୍ରଛାତ୍ରୀଙ୍କୁ କୌଣସି ସ୍ତରରେ ଅସୁବିଧା ହେଲା ବା ନିର୍ଯାତନାର ଶିକାର ହେଲେ ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।
ଏହାସହ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ନେଇ ଆଭ୍ୟନ୍ତରୀଣ କମିଟି (ICC) ବୈଠକ ଡାକିଲେ କୁଳପତି । ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ହୋଇଛନ୍ତି । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନା ଗିରଫ ହୋଇଛନ୍ତି । ୪ ମାସ ତଳେ ଅଭିଯୋଗ ହୋଇଥିବା ବେଳେ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଅଭିଯୋଗ ପରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ହୋଇଛନ୍ତି । ମହିଳା ପୋଲିସ ଗୋପୀନାଥ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
You Can Read:
କାହ୍ନୁ ରାଉତ ମୃତ୍ୟୁ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ