ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର

Published By : Prameya-News7 Bureau | November 02, 2023 IST

ଭୁବନେଶ୍ଵର: ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର l ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ସମାଜ'ର ସମ୍ପାଦକ ଭାବେ ମିଶ୍ର କାମ କରିଥିଲେ। ସେ ଥିଲେ "ଅନୁପମ ଭାରତ'ର ପ୍ରତିଷ୍ଠାତା ସମ୍ପାଦକ ଥିଲେ।

କଟକରେ Eastern Times group ରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ। ସମ୍ବାଦ ଖବରକାଗଜ ଆରମ୍ଭ ବେଳେ ସେ ଥିଲେ ଏହାର ବାର୍ତା ସମ୍ପାଦକ। ସମାଜରୁ ଅବସର ପରେ ଫିଚର ପତ୍ରିକା ଆମ ସମୟର ପ୍ରତିନିଧିର ସମ୍ପାଦକ ଥିଲେ। ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସେ ଜନ୍ମ ଗ୍ରହଣ କରିଥିଲେ l ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା l ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି।  କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ।

wp:heading {"level":4}

Also read- ତିରୋଧାନ ଦିବସରେ ଭଜନ ସମ୍ରାଟଙ୍କୁ ଅସମ୍ମାନ: ଖୁଣ୍ଟରେ ବନ୍ଧାହେଲା ପ୍ରତିମୂର୍ତ୍ତି, କ୍ଷୋଭ ପ୍ରକାଶ କଲେ ଜଗନ୍ନାଥ ପ୍ରେମୀ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.