ମଦ ବୋତଲ ଫିଙ୍ଗାକୁ ନେଇ ଅମାନୁଷିକ ମାଡ଼, ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | March 30, 2021 IST

ଭଦ୍ରକ, ୩୦/୦୩ : ମଦ ପିଇ ବୋତଲ ବାଡ଼ିକୁ ଫିଙ୍ଗିବାକୁ ନେଇ ଅମାନୁଷିକ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଠେଙ୍ଗା, ବାଉଁଶ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରେ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ବେଳେ ଏହାର ଲାଇଭ ଭିଡିଓ ଏବେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ ଯେ, ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା କଟସାହି ପଥରଡିହ ଗାଁରେ । ଏହି ଗାଁର ପ୍ରଭାତ ମିଶ୍ରଙ୍କ ପରିବାରର ଲିଖିତ ଏତଲା ଅନୁଯାୟୀ ଭାସ୍କର ମିଶ୍ରଙ୍କ ପରିବାରର ସଦସ୍ୟ ମାନେ ଖାଲି ମଦ ବୋତଲ ପ୍ରଭାତ ମିଶ୍ରଙ୍କ ବାଡ଼ିକୁ ଫିଙ୍ଗିଥିଲେ । ଏହା ସହ ପୂର୍ବରୁ ଦୁଇ ପରିବାର ମଧ୍ୟରେ ମଧ୍ୟ ବିବାଦ ଥିଲା ।

ତେବେ ବୋତଲ ଫିଙ୍ଗିବାକୁ ବିରୋଧ କରିବାରୁ ଭାସ୍କରଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପରିବାରର ୫ ସଦସ୍ୟ ଗୁରୁତର ଓ ଆହତ ଅବସ୍ଥାରେରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.