ଉତ୍ତରକାଶୀରେ ଟନେଲ ଭୁଷୁଡିବା ଘଟଣା : ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ ୧୩।୧୧: ଉତ୍ତରକାଶୀରେ ଭୟଙ୍କର ଦୁର୍ଘଟଣା । ଭୁଷୁଡି ପଡିଛି ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ୪୦ ଲୋକ ତା’ମଧ୍ୟରେ ଫସି ରହିଥିବା ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ଏନଡିଆରଏଫ୍ ଓ ଏସଡିଆରଏଫ୍‌ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ରିଲିଫ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯାଞ୍ଚ ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗର ଆରମ୍ଭରୁ ପ୍ରାୟ ୧୭୯ ମିଟର ପରେ ଏକ ଅଂଶ ଖସି ପଡ଼ିଛି।

ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କ ନିକଟରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଟନେଲରେ ଥିବା ମାଟିକୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି । ଟନେଲ ବାହାରେ ମଧ୍ୟ ଆମ୍ବୁଲାନ୍ସକୁ ମହଜୁଦ ରଖାଯାଇଛି । ଉଦ୍ଧାର ହେଉଥିବା ଶ୍ରମିକଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ତୁରନ୍ତ ହସ୍ପିଟାଲକୁ ପଠାଯିବ । ତିନି କିଲୋମିଟର ଲମ୍ବା ଟନେଲର କାମ ଚାଲୁଥିଲା । ଏହି ସମୟରେ ଗୋଟିଏ ପାଖ ଭାଙ୍ଗିଯାଇଥିଲା । ୨୦୨୪ ମାଚ୍ଚ ସୁଦ୍ଧା ଏହି ଟନେଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

wp:embed {"url":"https://www.prameyanews7.com/karnataka-udupi-woman-her-three-sons-including-minor-stabbed-murder/","type":"wp-embed","providerNameSlug":"prameya-news-7"}
https://www.prameyanews7.com/karnataka-udupi-woman-her-three-sons-including-minor-stabbed-murder/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.