ଯୋଶୀମଠ ସହରକୁ ଭୂସ୍ଖଳନ ବିପଦପ୍ରବଣ ସ୍ଥାନ ବୋଲି ଘୋଷଣା କଲେ ସରକାର: ୬୦ ପରିବାର ଉଦ୍ଧାର
8/01/2023 at 7:23 PM

ଜୋଶୀମଠ: ଉତ୍ତରାଖଣ୍ଡ ଯୋଶୀମଠ ସହରକୁ ଭୂସ୍ଖଳନ ବିପଦପ୍ରବଣ ସ୍ଥାନ ବୋଲି ଘୋଷଣା କରାଯାଇଛି। ଭଙ୍ଗା ଘରେ ବିପଦପ୍ରବଣ ଭାବରେ ରହିଥିବା ଉକ୍ତ ସହରରୁ ଏପର୍ଯ୍ୟନ୍ତ ୬୦ ପରିବାରକୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି। ରବିବାର ଉତ୍ତରା ଖଣ୍ଡ ସରକାରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭୂସ୍ଖଳନ ପରେ ଆହୁରି ଅଧିକ ୯୦ ପରିବାରକୁ ଉଦ୍ଧାର କରାଯିବାର ଅଛି।
ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ରଖିବାକୁ ହିମାଳୟ ଟାଉନ୍ରେ ୪-୫ଟି ଅସ୍ଥାୟୀ କ୍ୟାମ୍ପ ତିଆରି କରାଯାଇଛି। ଗର୍ହ୍ୱାଲ୍ କମିଶନର ସୁଶୀଲ କୁମାର ଏହି ସୂଚନା ଦିଆଯାଇଛି। ଇତି ମଧ୍ୟରେ ଚାମୋଲି ମାଜିଷ୍ଟ୍ରେଟ୍ ହିମାଂଶୁ ଖୁରାନା ଘର ଘର ବୁଲି ବିପଦପ୍ରବଣ ଘରେ ରହୁଥିବା ବ୍ୟକ୍ତିଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହୁଛନ୍ତି।
ସୁଶୀଲ କୁମାର ଗୁରୁବାର ଠାରୁ ଝୋଶୀ ମଠରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଜୋଶୀ ମଠରେ ୪୫୦୦ ବିଲ୍ଡିଂ ରହିଛି। ସେଥିମଧ୍ୟରୁ ୬୧୦ ଘରେ ଭୟଙ୍କର ଭାବରେ ଫାଟ ସୃଷ୍ଟି ହୋଇଛି ବୋଲି ସୁଶୀଲ କୁମାର ସୂଚନା ଦେଇଛନ୍ତି। ପ୍ରାୟ ଦେଢ଼ କିମି ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଘଟଣାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ ଅଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବିଶେଷ ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।