AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଇସବଗୁଲର ଅନେକ ଫାଇଦା : ଓଜନ କମାଏ,ଦେଇଥାଏ ରକ୍ତଚାପ ,କୋଲେଷ୍ଟେରୋଲ୍ ଏବଂ କୋଷ୍ଠକାଠିନ୍ୟର ଉପଶମ ସୂତ୍ର

21/02/2020 at 4:03 PM

କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ଅଧିକାଂଶ ଲୋକେ ଇସବଗୁଲ୍ କିମ୍ବା ସାଇଲିୟମ ହସ୍କ ନାଁ ତ ଶୁଣିଥିବେ। ଏହା ପ୍ଲାଣ୍ଟେଗୋ ଓଭାଟୋ ବୃକ୍ଷରୁ ମିଳୁଥିବା ମଞ୍ଜି ଏବଂ ଭୁସି ଅଟେ। ଇସବଗୁଲ୍ ଏକ ଦ୍ରବଣୀୟ ଫାଇବର। ଆପଣ ଏହାକୁ ପାଣିରେ ମିଶାଇଲେ ଏହା ଜେଲି ଭଳି ହେବା ପାଇଁ ପାଣିରେ ଅବଶୋଷିତ ହୋଇଥାଏ। ଏହା ବ୍ୟତୀତ ଏହା ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ। ପେଟ କିମ୍ବା କୋଠକାଠିନ୍ୟ ସମସ୍ୟାକୁ ଦୂର କରିବା ବ୍ୟତୀତ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

୧.କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ : ଇସବଗୁଲରେ ହାଇଗ୍ରୋସ୍କୋପିକ୍ ଗୁଣ ହୋଇଥାଏ,ଯାହା ଡାଇଜେଷ୍ଟିଭ ସିଷ୍ଟମରେ ଅଧିକ ପାଣି ଶୁଖିବାରେ ସାହାଯ୍ୟ କରିଥାଏ। ଇସବଗୁଲରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଆପଣ କ୍ଷୀର ସହ ୨ଚାମଚ ଇସବଗୁଲ ମିଶାଇ ରାତିରେ ପିଅନ୍ତୁ ଏବଂ ସକାଳେ ଆପଣ ତାଜା ଅନୁଭବ କରିବେ।

୨.ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ : ଇସବଗୁଲ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଜିଲୋଟିନ୍ ଆପଣଙ୍କ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ।

୩. କୋଲେଷ୍ଟୋଲ୍ କମ୍ କରିଥାଏ : ଇସବଗୁଲ ପିତ୍ତ ଏସିଡକୁ ବାନ୍ଧିଥାଏ ଏବଂ ଏଲଡିଏଲ୍ କୋଲେଷ୍ଟୋଲ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ।

୪.ହୃଦୟକୁ ସୁସ୍ଥ ରଖିଥାଏ: ଇସବଗୁଲ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଟ୍ରାଇଗ୍ଲିସରାଇଡର ସ୍ତରକୁ କମ୍ କରିଥାଏ। ଏହା ହୃଦୟର ମାଂସପେଶୀକୁ ମଜବୁତ କରିଥାଏ। ଏହା ଲିପିଡର ସ୍ତରକୁ ବଢ଼ାଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୫. ଓଜନ କମାଇବାରେ ସହାୟକ ହୋଇଥାଏ : ଇସବଗୁଲ ଓଜନ କମାଇବାରେ ସହାୟକ ହୋଇଥାଏ। ଓଜନ କମାଇବା ପାଇଁ ଆପଣ ୨ଚାମୁଚ ଇସବଗୁଲ ପାଉଡରକୁ ୧ଗ୍ଲାସ୍ ପାଣିରେ କିମ୍ବା ଜୁସରେ ମିଶାଇ ପିଅନ୍ତୁ। ଏହା ବ୍ୟତୀତ, ଆପଣ ଇସବଗୁଲକୁ ପାଣି ଏବଂ ଲେମ୍ବୁରସ ସହ ମିଶାଇ ମଧ୍ୟ ପିଇ ପାରିବେ। ଏହା ଓଭରଇଟିଙ୍ଗକୁ ରୋକିବାରେ ସାହାଯ୍ୟ କରିଥାଏ।

   Related Posts