ନ୍ୟୁୟର୍କ .- ଏବେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟକୁ ନେଇ ବିସ୍ଫୋରକ ସ୍ଥିତି ଦେଖା ଦେଇଛି । ଏବେ କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ଟ୍ରେଡ ଓ୍ୱାର ଆରମ୍ଭ ହୋଇଯାଇଛି।
ପୂର୍ବରୁ ଦୁଇ ଦେଶ ଏହାକୁ ନେଇ ମୁହାଁ ମୁହିଁ ହେଉଥିଲେ । ଏହା ଚୀନ୍ର ଶସ୍ତା ଜିନିଷ ସାରା ବିଶ୍ୱରରେ ପ୍ରବଳ ବିକ୍ରି ହେଉଛି । ଏଥିପାଇଁ ଅନେକ ଆମେରିକୀୟ କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡୁଛି । ପ୍ରଥମେ ଆମେରିକା ପକ୍ଷରୁ କେତକ ଚୀନ୍ କମ୍ପାନୀ ଉପରେ କଟକଣା ଲଗାଯିବା ସହ ଚୀନ୍ ନିର୍ମିତ ଉତ୍ପାଦ ଉପରେ ଅଧିକ ଟ୍ୟାକ୍ସ ଲଗାଯାଇଥିଲା । ଏହାର ଜବାବରେ ଚୀନ୍ ମଧ୍ୟ ଅଧିକ ଟ୍ୟାକ୍ସ ଲଗାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ରୁ ଆସୁଥିବା ସାମଗ୍ରୀ ଉପରେ ଅଧିକ ୫ ପ୍ରତିଶତ କର ବସାଇଛନ୍ତି ।
{"id":148264}ଶୁକ୍ରବାରରେ ଚୀନ୍ ପକ୍ଷରୁ ଆମେରିକାର ବିଭିନ୍ନ ଉତ୍ପାଦ ଉପରେ ଅଧିକ କର ବସାଯାଇଥିଲା ।
ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ବା ଟ୍ରେଡ ଓ୍ୱାର ଆରମ୍ଭ ହୋଇଥିବାରୁ ସାରା ବିଶ୍ୱରେ ଏହାର ପ୍ରଭାବ ପଡିବ ବୋଲି ଅନେକ ଅର୍ଥନୀତିଜ୍ଞ ଆଶଙ୍କା କରିଛନ୍ତି । ଏହି ଦୁଇଜଣ ବିଶ୍ୱର ଦୁଇ ମହାଶକ୍ତି ହୋଇଥିବା ବେଳେ ଦୁଇଟି ବୃହତ ଅର୍ଥନୀତି । ଏହି ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି ।
{"id":148265,"width":584,"height":279}ଆମେରିକା ଓ ଚୀନ୍ର ଏହି ମୁହାଁ ମୁହିଁ ପରିସ୍ଥିତି ଯୋଗୁଁ ଶନିବାରେ ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଚ ୩ ପ୍ରତିଶତ କମିଯାଇଛି । ସେହିପରି ଆମେରିକାର ୫୦୦ ବଡ କମ୍ପାନୀଙ୍କର ତାଲିକା ହୋଇଥିବା ଏସ୍ ଆଣ୍ଡ ପି ୨.୬ ପ୍ରତିଶତ ହ୍ରାସ ପାଇଛି ।
ଚୀନ୍ ଓ ଆମେରିକାର ଟ୍ରେଡ ଓ୍ୱାର ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପକାଇବ ।
ପୂର୍ବରୁ ଆମେରିକାରେ ଶାସନକୁ ଆସିଥିବା ଲୋକମାନେ ଚୀନ୍କୁ ଅନୁକମ୍ପା ଦେଖାଇବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରିଛନ୍ତି । ମୁଁ ଏପରି ହେବାକୁ ଦେବି ନାହିଁ ବୋଲେ ସେ ଉଲ୍ଲେଖ କରିଛନ୍ତି ।
{"id":148266}ଅକ୍ଟୋବର ଏକ ତାରିଖ ଚୀନ୍ର ପ୍ରତିଷ୍ଠା ଦିବସରୁ ଆମେରିକା ଚୀନ୍ ଉତ୍ପାଦ ଉପରେ ଆମଦାନୀ କର ୨୫ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ବୋଲି କହିଛି ।