'ଡରି ଯାଇଥିବା ଗୁଣ୍ଡାଙ୍କ ପରି ବ୍ୟବହାର କରୁଛନ୍ତି', ଜିନପିଙ୍ଗକୁ ଟାର୍ଗେଟ କରି କହିଲେ ନାନ୍ସି ପେଲୋସି

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ: ଆମେରକାର ହାଉସ ସ୍ପିକର ନାନ୍ସି ପେଲୋସି ଚୀନ ଦ୍ୱାରା ଦିଆଯାଉଥିବା ଧମକ କଡା ଜବାବ ଦେଇଛନ୍ତି । ନାନ୍ସି ପେଲୋସି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଡରି ଯାଇଥିବା ଗୁଣ୍ଡା ସହ ତୁଳନା କରିଛନ୍ତି । ଜିନପିଙ୍ଗ ଡରି ଯାଇଥିବା ଗୁଣ୍ଡାଙ୍କ ପରି ବ୍ୟବହାର କରୁଥିବା ସେ କହିଛନ୍ତି । ନାନ୍ସି କହିଛନ୍ତି, 'ସି ଜିନପିଙ୍ଗ ନିଜକୁ ଅସୁରକ୍ଷିତ ମନେ କରି ଏପରି ଧମକ ଦେଉଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହି ଧମକରେ ଆମ ଡରିଯିବୁ ଏବଂ ଗସ୍ତ ପରିବର୍ତ୍ତନ କରିଦେବୁ'।

ଏକ ଟିଭି କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି, 'ଆମେରିକା କଂଗ୍ରେସର ଲୋକେ ଚୀନ ହିସାବରେ ଚାଲିବେ ନାହିଁ । ଚୀନ ତାଇୱାନକୁ ଅକ୍ତିଆର କରିବାକୁ ଚାହୁଁଛି, କିନ୍ତୁ ଆମେ ଏହାକୁ ସ୍ୱୀକାର କରିପାରିବୁ ନାହିଁ'। ଚୀନର ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରି ସେ କହିଛନ୍ତି, 'ମୁଁ ଭାବୁଛି ଚୀନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି'।

ଉଲ୍ଲେଖଯୋଗ୍ୟ ଯେ, ଚୀନର ବାରମ୍ୱାର ଚେତାବନୀ ପରେ ବି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିଲେ। ଏହାପରେ ଚୀନ ତାଇାୱାନ ସୀମାରେ ଯୁଦ୍ଧାଭ୍ୟାସ କରିଥିଲା। ତାଇୱାନ ନିକଟରେ ମିଶାଇଲ ମାଡ ମଧ୍ୟ କରିଥିଲା। କିଛି ମିଶାଇଲ  ଜାପାନର ଜଳ ସୀମାରେ ମଧ୍ୟ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.