ନୂଆଦିଲ୍ଲୀ: ଅଢେଇ ବର୍ଷ ଧରି କରୋନା ଭାଇରସ ସାରା ଦୁନିଆରେ ତାଣ୍ଡବ ରଚି। ତେବେ, ଟିକାକରଣ ପରେ ମାମଲା ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଏବେ ବି ଭୟ କମିନି। ଏହାରି ଭିତରେ ଆମେରିକାର ବୋଷ୍ଟନ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରାସର ଆର୍ଟିଫିସିଆଲ ଫର୍ମ ପ୍ରସ୍ତୁତ କରିଛନ୍ତି। ଯାହାକୁ ନେଇ ଏବେ ହଙ୍ଗାମା ଜୋର ଧରିଛି । ଅଧ୍ୟୟନ ସାମନାକୁ ଆସିବା ପରେ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହେଲଥ ଫାଇନାନସିଆଲ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଏହାର ଅଧିକାରୀ ତଦନ୍ତ ଆରମ୍ଭ କରିଥିବା କହିଛି ।
ଅଧ୍ୟୟନରୁ ସାମନାକୁ ଆସିଥିବା ପ୍ରାଥମିକ ତଥ୍ୟରେ, ରିସର୍ଚ୍ଚରେ କୋଭିଡ ୧୯ର ମୂଳ ପ୍ରଜାତିକୁ ଏକ ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା ଭର୍ସନକୁ ଓମିକ୍ରନ ସଂକ୍ରମଣର ସ୍ପାଇକ୍ ପ୍ରୋଟିନ ସହ ଯୋଡାଯାଇଛି, ଗତ ଶୁକ୍ରବାର ଏହାକୁ ପ୍ରକାଶିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଓମିକ୍ରନ ଭାରିଆଣ୍ଟ କମ ଘାକତ ପ୍ରମାଣିତ ହୋଇଛି, କିନ୍ତୁ ଏହା ଅଧିତ ଦ୍ରୁତ ଗତିରେ ବ୍ୟାପିଥିଲା। ନୂଆ ଆର୍ଟିଫିସିଆଲ ଷ୍ଟ୍ରେନ ୮୦ ପ୍ରତିଶତ ମୂଷାଙ୍କୁ ମାରିଥିଲା, ଯେଉଁମାନେ ଏହା ସମ୍ପର୍କରେ ଆସିଥିଲେ ।
ବିଶ୍ୱବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି, ଅନୁସନ୍ଧାନର ମସୀକ୍ଷା କରାଯାଇଛି ଏବଂ ଇଷ୍ଟିଟ୍ୟୁସନାଲ ବାୟୋସେଫ୍ଟି କମିଟି ଦ୍ୱାରା ଅନୁମତି ନିଆଯାଇଛି। ଏଥିରେ ବୈଜ୍ଞାନିକଙ୍କ ସହ ସ୍ଥାନୀୟ ସମୁଦାୟର ସଦସ୍ୟ ସାମିଲ ଥିଲେ । ବୋଷ୍ଟନ ପବ୍ଲିକ ହେଲଥ କମିଶନ ଏହି ଗବେଷଣାକୁ ଅନୁମତି ଦେଇଥିଲେ । ତେବେ ବିଶେଷଜ୍ଞଙ୍କ କହିବା କଥା ଏହିପରି ଗବେଷଣା ଅଧିକ ଘାତକ ହୋଇଥାଏ, କାରଣ ଏଥିରୁ ଇନଫେକ୍ସନ ବ୍ୟାପିପାରେ ଏବଂ ଏହା ମହାମାରୀର ରୂପ ନେଇପାରେ।