Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଆମେରିକାରେ ପୋଷା କୁକୁର କରୋନା ପଜିଟିଭ୍, ବଢିଲା ଗବେଷକଙ୍କ ଚିନ୍ତା

29/04/2020 at 10:39 PM

ନ୍ୟୁୟର୍କ, ୨୯|୦୪: ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଆମେରିକାର ଉତ୍ତର କେରୋଲିନାରେ ଏକ ପୋଷା କୁକୁର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗବେଷକଙ୍କ କହିବାନୁସାରେ, ଏହା ଆମେରିକାର ପ୍ରଥମ କୁକୁର ଯିଏ କି କରୋନା ସଂକ୍ରମିତ ହୋଇଛି । ଏହି କୁକୁରଟି ମ୍ୟାକକ୍ଲେନ ପରିବାରର ସଦସ୍ୟ ଅଟେ । ଏହି ପରିବାରର ତିନିଜଣ ସଦସ୍ୟ ସେମ୍ ମ୍ୟାକକ୍ଲେନ୍, ପତ୍ନୀ ହୀଥର ଓ ତାଙ୍କ ପୁଅ ବେନ୍ ଗତ ମାସରେ କରୋନା ଅଧ୍ୟଯନରେ ସାମିଲ ହୋଇଥିଲେ ।

ପରିବାର ଲୋକେ ନିଜ କୁକୁର ବିଷ୍ଟନର ଟେଷ୍ଟ୍ କରିଥିଲେ । ଏହାପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ପରିବାର ଲୋକେ ଏକ ଅଧ୍ୟୟନରେ ସାମିଲ ହୋଇଥିଲେ । ଯାହାର ଉଦ୍ଦେଶ୍ୟ ସମ୍ଭାବିତ ଉପଚାର ଓ ଟୀକା ଲଗାଇବା ପାଇଁ ପ୍ରୟାସ ଉପରେ ଥିଲା । ଏହି ପୋଷା କୁକୁରଟି ସଂକ୍ରମିତ ହେବା ପରେ ଗବେଷକଙ୍କ ଚିନ୍ତା ବଢିଯାଇଛି । ଏହି ଗବେଷଣାର ମୁଖ୍ୟ କ୍ରିସ୍ ବୁଡସ୍ କହିଛନ୍ତି ଯେ, ଗବେଷକମାନେ କୁକୁରର ରକ୍ତ ନମୂନା ମଧ୍ୟ ସଂଗ୍ରହ କରିଥିଲେ । ଘରେ କରୋନା ଭାଇରସ କିପରି ବ୍ୟାପୁଛି ତାହା ସେମାନେ ଗବେଷଣା କରୁଥିଲେ ।

ତେବେ ସେ ଅନ୍ୟ କୌଣସି ପୋଷା କୁକୁରଙ୍କ ଟେଷ୍ଟ୍ କରିନାହାଁନ୍ତି । ବିଷ୍ଟନର ନମୂନା ହିଁ କେବଳ ଟେଷ୍ଟ୍ ପାଇଁ ପଠାଯାଇଥିଲା । ଯାହା ପଜିଟିଭ୍ ଆସିଛି । ତେବେ ଏହା ଦେଶରେ କରୋନା ଟେଷ୍ଟ୍ କରାଯାଇଥିବା ଏହା ପ୍ରଥମ କୁକୁର ବୋଲି କୁହାଯାଉଛି । ଏହା ପୂର୍ବରୁ ନ୍ୟୁୟର୍କରେ ୨ଟି ପୋଷା ବିଲେଇ ଓ ହଙ୍ଗକଙ୍ଗର ଗୋଟିଏ ପୋଷା କୁକୁର ଉପରେ ଟେଷ୍ଟ୍ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ହଙ୍ଗକଙ୍ଗର କୁକୁର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ହସ୍ପିଟାଲରେ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଇଥିଲା । ପରେ ସେ ସୁସ୍ଥ ହେବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାଣ ହରାଇଥିଲା ।

   Related Posts