suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡ଼; ୨୬ ମୃତ, ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା

26/03/2023 at 11:18 AM

ନୂଆଦିଲ୍ଲୀ ୨୬।୦୩; ଭୟଙ୍କର ଘୂର୍ଣ୍ଣିଝଡ଼, ବର୍ଷା ଓ ବିଜୁଳି ମାଡ଼ରେ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି ଆମେରିକାର ମିସିସିପି ସହର । ଏଥିରେ ୨୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ , ଅନେକ ଲୋକ ଆହତ ହୋଇଛନ୍ତି । ଘୂର୍ଣ୍ଣିଝଡ଼ ଯୋଗୁ କିଛି ମିନିଟ ମଧ୍ୟରେ ପୂରା ସହରର ରୂପ ବଦଳି ଯାଇଛି । ଘର ଠାରୁ ଆରମ୍ଭ କରି ଗାଡ଼ି ଯାଏ ସବୁ କିଛି କ୍ଷତିଗ୍ରସ୍ତ ହୋଇଛି  ।

ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି କହିଛି ଯେ, ବିଶାଳକାୟ ଘୂର୍ଣ୍ଣଝଡ଼ର ପ୍ରଭାବ ପ୍ରାୟ ୧୬୦ କିଲୋମିଟର ଅଞ୍ଚଳ ମଧ୍ୟରେ ଦେଖିବାକୁ ମିଳିଛି । ଝଡ଼ ଥମିବା ପରେ ଲୋକମାନେ ଧ୍ବଂଶାବଶେଷ ତଳୁ ନିଜ ପରିବାର ଲୋକ ଓ ଜିନିଷ ଖୋଜିବା ଆରମ୍ଭ କରିଛନ୍ତି । ସେହିପରି ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆକଳନ କରାଯାଉଛି।

ଦେଶର ଜାତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ମିସିସିପିର ଉତ୍ତର-ପୂର୍ବରେ ପ୍ରାୟ ୬୦ ମାଇଲ ଦୂରରେ ଅବସ୍ଥିତ । ଏହି ଘୂର୍ଣ୍ଣିବଳୟ ଆଲାବାମାର ୱିନୋନା ଏବଂ ଆମୋରୀ ଆଡକୁ ୧୧୩ କିଲୋମିଟର ବେଗରେ ଗତି ଜାରି ରଖିଛି ବୋଲି ଆସୋସିଏଟେଡ୍ ପ୍ରେସ ରିପୋର୍ଟ କରିଛି।

ଖବର ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ କାର୍ଯ୍ୟ ଜାରି ରଖିଛନ୍ତି । ଏଥିସହିତ ମିସିସିପି ରାଜ୍ୟପାଳ ଟେଟ୍ ରିଭସ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏଥିସହିତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି ।  

   Related Posts