ଇରାନକୁ ଘେରିବା ପାଇଁ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ପଠାଇଲା ଆମେରିକା, ବଢିବ ଉତ୍ତେଜନା

Published By : Prameya-News7 Bureau | November 07, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଆମେରିକା ନିଜ ପରମାଣୁ ଶକ୍ତି ସମ୍ପନ୍ନ ଫ୍ଲୋରାଡା ବୁଡ଼ା ଜାହାଜକୁ ଫରାସୀ ସାଗରରେ ଓହ୍ଲାଇଛି । ଆମେରିକାର ଏହି ନିଷ୍ପତ୍ତିକୁ ଇରାନକୁ ଖୋଲା ଚେତାବନୀ ରୂପେ ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗାଜା ପଟି ଉପରେ ଇସ୍ରାଏଲ୍ ଆକ୍ରମଣ ବନ୍ଦ ନକଲେ ଇରାନ ଯୁଦ୍ଧରେ ଏଣ୍ଟ୍ରି କରିବ ବୋଲି ଚେତାବନୀ ଦେଇସାରିଛି । ଏପରି ସ୍ଥିତିରେ ଆମେରିକାର ପଦକ୍ଷେପକୁ ଇରାନର ଘେରାବନ୍ଦୀ ରୂପେ ଦେଖାଯାଉଛି । ଏହାଛଡ଼ା ଯଦି ଇରାନ ଯୁଦ୍ଧରେ ସାମିଲ ହୁଏ, ତେବେ ଆମେରିକା ଚୁପ୍ ରହିବ ନାହିଁ ବୋଲି ସଂକେତ ଦେଉଛି । ଏହି ବୁଡ଼ା ଜାହାଜ ମୁତୟନ ନେଇ ନିଜେ ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡର ଅଧିକାରୀ ସୂଚନା ଦେଇଛନ୍ତି ।

wp:html /wp:html

ଏହି ଆମେରିକୀୟ ସବ୍‌ମରିନ୍‌ରେ ଏକା ସଙ୍ଗରେ ୧୫୪ ମିସାଇଲ୍ ନିୟୋଜିତ କରାଯାଇ ପାରିବ । ଏହାଛଡ଼ା ନୌସେନାର ୬୬ ସିଲ୍ କମାଣ୍ଡୋ ମଧ୍ୟ ଏଥିରେ ରହିଥାନ୍ତି । ଚଳିତ ବର୍ଷରେ ଦ୍ୱିତୀୟ ଥର ପାଇଁ ଆମେରିକା ନିଜ ଘାତକ ବୁଡ଼ା ଜାହାଜକୁ ଫରାସୀ ସାଗରକୁ ପଠାଇଛି । ଏପ୍ରିଲରେ ଆମେରିକା ନୌସେନା ଏହି ବୁଡ଼ା ଜାହାଜର ଫଟୋ ସେୟାର କରିଥିଲା । ସେହି ସମୟରେ ଜାହାଜଟିକୁ ଭୂମଧ୍ୟ ସାଗରରେ ମୁତୟନ କରାଯାଇଥିଲା । ଆମେରିକାର ଏହି ପଦକ୍ଷେପ ପରେ ଫରାସୀ ସାଗରରେ ଉତ୍ତେଜନା ସୃଷ୍ଟି ହୋଇପାରେ । ଇରାନ ସହ ଦୀର୍ଘ ବର୍ଷରୁ ଆମେରିକାର ସମ୍ପର୍କ ଖରାପ ରହିଛି । ଏହି କାରଣୁ ଇସ୍ରାଏଲ୍ ଓ ହମାସ୍ ଯୁଦ୍ଧରେ ଉଭୟ ଦେଶ ଅଲଗା ଅଲଗା ଦେଶ ସମର୍ଥନରେ ଅଛନ୍ତି ।

ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିବା ଅତଙ୍କୀ ସଂଗଠନ ହମାସ୍ ଓ ହିଜବୁଲ୍ଲାହକୁ ଇରାନ ସମର୍ଥନ କରୁଛି । ଅନ୍ୟପଟେ ଆମେରିକା ସବୁବେଳେ ଇସ୍ରାଏଲର ସମର୍ଥକ ରହି ଆସିଛି । ହମାସର ଆକ୍ରମଣ ପରେ ଆମେରିକା ବୟାନ ଜାରି ଇସ୍ରାଏଲକୁ ନିଜ ସୁରକ୍ଷା କରିବାରର ଅଧିକାର ଅଛି ବୋଲି କହିଥିଲା ।

Also Read: ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକରେ ଆତଙ୍କୀ ଜମାଲ ମୁସା ନିପାତ, ୨୪ ଘଣ୍ଟାରେ ହମାସ୍‌ର ୪୫୦ ଠିକଣା ଧ୍ୱଂସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.