୨୪ କ୍ୟାରେଟ୍‌ ଗୋଲ୍ଡ କେକ୍‌କୁ ନେଇ ଜବାବ୍‌ ରଖିଲେ ଉର୍ବଶୀ, କହିଲେ-ସବୁ ସୁନାର ପାଖୁଡାକୁ…

Published By : Prameya-News7 Bureau | March 01, 2024 IST

ମୁମ୍ଵାଇ ୦୧।୦୩: ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁନ୍ତି ଅଭିନେତ୍ରୀ ତଥା ବଲିଉଡ୍‌ର ଷ୍ଟାଇଲ ଆଇକନ୍ ଉର୍ବଶୀ ରୌତେଲା । ନିକଟରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏ ଅବସରରେ ସେ ୨୪ କ୍ୟାରେଟ୍ ସୁନାର ୩ କୋଟି ଟଙ୍କା ମୂଲ୍ୟର କେକ୍ କାଟି ସମସ୍ତଙ୍କୁ ଚକିତ କରିଥିଲେ । ଏହାର ଭିଡିଓ ଦେଖିବା ପରେ କେକଟି ଖାଇବା ପାଇଁ ନା ସାଇତି ରଖିବା ପାଇଁ ବୋଲି ଲୋକେ ପଚାରିଛନ୍ତି । ଉର୍ବଶୀ ଏବେ ଏହାର ଜବାବ ଦେଇ ୨୪ କ୍ୟାରେଟ୍ କେକ୍‌ର ବିଶେଷତ୍ୱ ବଖାଣିଛନ୍ତି । ସେ କହିଛନ୍ତି, କେକ୍ ଉପରେ ଯେଉଁ ସୁନେଲି ପାଖୁଡ଼ା ହୋଇଥିଲା, ତାକୁ ସେ ନିଜେ ଖାଇଥିଲେ ।

୩ କୋଟି ଟଙ୍କାର ୪ ଥାକିଆ ଏହି କେକ୍ ଅତ୍ୟନ୍ତ ସୁନ୍ଦର ଏବଂ ଅସଲି ସୁନାରେ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି । ଦେଶର ଜଣାଶୁଣା ର୍ୟା ପର୍ ୟୋ ୟୋ ହନି ସିଂହ ଉର୍ବଶୀଙ୍କ ଜନ୍ମଦିନରେ ଏହି କେକ୍ ଉପହାର ଦେଇଥିଲେ । ଏ ବିଷୟରେ ୟୋ ୟୋ ନିଜେ ଖୁଲାସା କରିଥିଲେ । ସେ କହିଥିଲେ, ଜଣେ ସହ-କଳାକାରଙ୍କ ପାଇଁ କେହି ଏମିତି କରିଥିଲା ଯାହାକୁ ଲୋକେ ସବୁଦିନ ମନେ ରଖନ୍ତୁ ବୋଲି ମୁଁ ଚାହୁଁଥିଲି । ଉର୍ବଶୀ ବାସ୍ତବରେ ଏ ପ୍ରକାର ଆତିଥ୍ୟର ହକଦାର ।

WATCH: Urvashi Rautela के जन्मदिन पर हनी सिंह ने गिफ्ट किया करोड़ों का केक,  कीमत जानकर फैंस का भी चकराया सिर

ଉର୍ବଶୀ ନିଜ କେକ୍ କଟା ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ସେ ଲାଲ ରଙ୍ଗର ଗାଉନ୍ ପିନ୍ଧିଥିଲେ । ଏଥିସହ କ୍ୟାପସନ ଲେଖିଥିଲେ ‘ଲଭ ଡୋଜ୍-୨’ ସେଟ୍‌ରେ ଜନ୍ମଦିନ ସେଲିବ୍ରେସନ।’ ୟୋ ୟୋ ହନି ସିଂ ଓ ଉର୍ବଶୀ ‘ସେକେଣ୍ଡ ଡୋଜ୍’ ଆଲବମରେ କାମ କରୁଛନ୍ତି । ଏହା ପୂର୍ବରୁ ଦୁହେଁ ଅନ୍ତର୍ଜାତୀୟ ଭିଡିଓ ଆଲବମ ‘ଲଭ୍ ଡୋଜ୍’ରେ ଏକାଠି କାମ କରିଥିଲେ, ଯାହା ୨୦୧୪ ମସିହାରେ ରିଲିଜ୍ ହୋଇଥିଲା ।

wp:embed {"url":"https://www.prameyanews7.com/allu-arjun-starrer-pushpa-2-makers-spend-rs-50-crore-for-one-fight-sequence/","type":"wp-embed","providerNameSlug":"prameya-news-7"}
https://www.prameyanews7.com/allu-arjun-starrer-pushpa-2-makers-spend-rs-50-crore-for-one-fight-sequence/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.